ସାବିତ୍ରୀ ରେ ତେଲ ପାଇଁ ହଟହଟା ହେଲେ ସତ୍ୟବାନ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାବିତ୍ରୀ ରେ ତେଲ ପାଇଁ ହଟହଟା ହେଲେ ସତ୍ୟବାନ l ଗତ କାଲି ଥିଲା ସାବିତ୍ରୀ ବ୍ରତ , ସହର ଠୁ ପଲ୍ଲୀ ଯାଏଁ ସବୁଠି ଉତ୍ସବ ମୁଖର ପରିବେଶ ! ନୂଆ ଶାଢ଼ୀ ପିନ୍ଧି ମନ୍ଦିର ଯାଇ ସତ୍ୟବାନ ଙ୍କ ପାଇଁ ପୂଜା କରିବାକୁ ପ୍ରସ୍ତୁତ ହେଉଥାନ୍ତି ସାବିତ୍ରୀ , ସେପଟେ ଘର କୁ ମଟର ସାଇକେଲ ରେ ଫେରିବାକୁ ଆତୁର ହୋଇଥାନ୍ତି ସତ୍ୟବାନ ! ହେଲେ ମଟର ସାଇକେଲ ରେ ତେଲ ସରିଗଲା , ପେଟ୍ରୋଲ ପମ୍ଫ ଯାଇ ଦେଖିଲା ବେଳକୁ ଟାଙ୍କି ରେ ତେଲ ନାହିଁ ! ଅସମ୍ଭାଳ ଭିଡ଼ , ଏମିତି ଆଜି ଏକ ଦୃଶ୍ୟ କୋରାପୁଟ ସହର ମଧ୍ୟ୍ୟ ରେ ଦେଖିବାକୁ ମିଳିଥିଲା ! ହେଲେ ସଞ୍ଜ ଯାଏଁ ଏ ସମସ୍ୟା ର ଅନ୍ତ ହୋଇ ନଥିଲା ! ଆଉ ଶେଷରେ ସମସ୍ତେ ଏକ କଥା କହୁଥାନ୍ତି ତେଲପାଇଁ ସାବିତ୍ରୀ ରେ ହଟ ହଟା ହେଲେ ସତ୍ୟବାନ l

Leave a Reply

Your email address will not be published. Required fields are marked *