ଜଗନ୍ନାଥ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ ଶେଷ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବୀନ ବିଶ୍ୱାସ : ପାରାଦୀପ ଜଗନ୍ନାଥ୍ ଟ୍ରକ ମାଲିକ ସଂଘ ୨୦୨୬ ରୁ ୨୮ ବର୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ତାହା ସମାପ୍ତ ହୋଇଛି l ଏଥିରେ ଦୁଇଟି ପ୍ୟାନେଲ ଛଅ ଜଣ ଲେଖା ସଦସ୍ୟ ପ୍ରତିଦ୍ୱନ୍ଦୀତା କରୁଥିବା ବେଳେ ଉଭୟ ପକ୍ଷରୁ ତିନି ତିନି ଜଣ ଜିତିଥିବା ଜଣା ଯାଇଛି l ଦ୍ୱିତୀୟ ପକ୍ଷର ସଭାପତି ପ୍ରାଥୀ ଗୌତମ ନାୟକ ବିଜୟୀ ହେଇଥିବା ବେଳେ, ଦ୍ୱିତୀୟ ପକ୍ଷର ଉପସଭାପତି ପ୍ରାର୍ଥୀ ଭଗବାନ ସ୍ୱାଇଁ ବିଜୟୀ ଘୋଷିତ ହୋଇଛନ୍ତି ! ଏଥିସହ ଦ୍ୱିତୀୟ ପକ୍ଷର ସହ ସମ୍ପାଦକ ପ୍ରାର୍ଥୀ ମନୋଜ କୁମାର ବିଶ୍ବାଳ ବିଜୟ ଲାଭ କରିଥିବା ଜଣା ଯାଇଛି l ଏହି ତିନି ଜଣ ବିଜୟ ପ୍ରାର୍ଥୀ ମାନଙ୍କୁ ଜଗନ୍ନାଥ ଟ୍ରକ ମାଲିକ ବହୁ ଭୋଟର ଭାଇ ଭଉଣି ମାନଙ୍କ ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *