ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ବଢ଼ିଲା ଅଡ଼ୁଆ : ଅନସ୍ଥା ପ୍ରସ୍ତାବ ଆଗତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ନୟାଗଡ଼ ବ୍ଲକର ୪୫ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବକୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ପ୍ରଦାନ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଏହି ଅନସ୍ଥା ଆଗତ କରାଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଗତ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଲେ । ୧୫ ତାରିଖ ସଂନ୍ଧ୍ୟାରେ ବିନା ଥାଟବାଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଥିଲେ । ବିଜୁ ଜନତା ଦଳ ସରପଞ୍ଚ ଓ ସମିତିଙ୍କ ଅଗୋଚରରେ ସେ ଦଳୀୟ ଶୃଙ୍ଖଳାକୁ ଉଲଂଘନ କରି ଦଳ ଛାଡ଼ି ଥିବାରୁ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ିଥିଲା । ଯାହାକୁ ନେଇ ଗତ ୧୫ ତାରିଖରେ ସରପଞ୍ଚ ଓ ସମିତିସଭ୍ୟଙ୍କ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ୪ଟି କାରଣ ଉଠିଥିଲା । ଅଧ୍ୟକ୍ଷ ପଞ୍ଚାୟତ ସମିତି ଆଇନ ଅନୁସାରେ ପଞ୍ଚାୟତ ସମିତି ନିୟମିତ ସଭା ଆୟୋଜନ କରୁନଥିବା, ପଞ୍ଚାୟତ ସମିତିର ସରକାରୀ ଅର୍ଥ ବିନିଯୋଗ କରିବାରେ ଅସମର୍ଥ, ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଲୋକାଭୀମୂଖି କାର୍ଯ୍ୟକଳାପର ବିରୁଦ୍ଧା ଚରଣ କରିବା, ସରପଞ୍ଚ ଓ ସମିତି ସଭ୍ୟଙ୍କ ଦ୍ୱାରା ଦିଆଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ପ୍ରସ୍ତାବକୁ ଗ୍ରହଣ ନକରି ମନମୁଖୀ କରିବା ଭଳି ଅଭିଯୋଗ ରହିଛି । ଯାହାକୁ ନେଇ ଉକ୍ତ ସଭାର ନିଷ୍ପତ୍ତି ଅନୁସାରେ, ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ଅନାସ୍ଥା ପ୍ରସ୍ତାବ ଆଗତ କରାଯିବାକୁ ନେଇ ନୟାଗଡ଼ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାରେ, ସେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଥିବା କହିଛନ୍ତି । ପଞ୍ଚାୟତ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଏକୁଟିଆ ତରବରିଆ ଭାବେ ବିଜେପିରେ ମିଶିଥିବା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଥିବା ବେଳେ ବାସ୍ତବତାକୁ ନେଇ ଏବେ ନୟାଗଡ଼ରେ ପ୍ରବଳ ଚର୍ଚ୍ଚା । କିଶୋର ନିଜର ପରିବହନ ବ୍ୟବସାୟ, ଗଜପତି ଜିଲ୍ଲା ମୋହନାରେ ଚାଲିଥିବା ବେଆଇନ କ୍ରସରକୁ ବଞ୍ଚାଇବା ପାଇଁ କୁଆଡ଼େ ବିଜେପି ଶରଣାଧିନ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର କହିଛନ୍ତି । ନିଜର ସ୍ୱାର୍ଥ ଓ ବେପାର ସୁରକ୍ଷା ପାଇଁ ସେ ବିଜେପିରେ ମିଶିଥିବା ବେଳେ ବିଜୁ ଜନତା ଦଳ ପ୍ରତି କରିଥିବା ବିଶ୍ୱାସଘାତକତା ତାଙ୍କ ପାଇଁ ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଅନେକ ସରପଞ୍ଚ ମତ ଦେଇଛନ୍ତି । ୨୦୧୭ ମସିହାରେ ଭାଟସାହି ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା କିଶୋର ୨୦୨୨ ମସିହାରେ ଅରୁଣଙ୍କ ତତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୨୯ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତି ସଭ୍ୟମାନେ ନୟାଗଡ଼ ବିଧାୟକଙ୍କ ନିର୍ଦ୍ଦେଶରେ କିଶୋରଙ୍କୁ ବ୍ଲକ ଅଧ୍ୟକ୍ଷ ଭାବେ ବାଛିଥିଲେ । ଏବେ କିଶୋରଙ୍କ ବିଜେଡି ଛାଡ଼ିବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ନୟାଗଡ଼ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ । ନୟାଗଡ଼ ବ୍ଲକ ରାଜନୀତିରେ ସୃଷ୍ଟି ହୋଇଥିବା ଘମାସାନ ପରିସ୍ଥିତି ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ଆଜି ଅନାସ୍ଥା ପ୍ରସ୍ତାବ ପ୍ରଦାନ ସମୟରେ ଅନେକ ସରପଞ୍ଚ, ସମିତିଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସମେତ ବହୁ ନେତା ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *