କୋରାପୁଟ ର ରାଜରାସ୍ତା ରେ ଗର୍ଜିଲା ମହିଳା ବିଜେଡି !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ସହର ର ରାଜରାସ୍ତା ରେ ଗର୍ଜିଲା ଜିଲ୍ଲା ମହିଳା ବିଜେଡି ! ଜିଲ୍ଲା ମହିଳା ସଭାନେତ୍ରୀ ଙ୍କ ନେତୃତ୍ୱ ରେ ଆଜି ମହିଳା ବିଜେଡି ନାରୀ ଅଧିକାର ଅଭିଯାନ ନାମରେ ନିଶାଣୀ ମୁଣ୍ଡା ରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳ ଙ୍କ କାଯ୍ୟଳୟ ରେ ପହଂଚି ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଛି ! ରାଜ୍ୟ ରେ ନାରୀ ଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ଠୁ ଆରମ୍ଭ କରି ସଂସଦ ରେ ମହିଳା ସଂରକ୍ଷଣ ଆଇନ କାଯ୍ୟକାରୀ କରିବାରେ କେନ୍ଦ୍ର ସରକାର ବିଫଳ ଭଳି ଅଭିଯୋଗ ଦଳ କରିଛି l ଦଳ କହିଛି ଏହା କେବଳ ଟ୍ରେଲର ଆଗକୁ ଦେଖ କଣ ହେଉଛି l ଆଜିର ଏହି ରାଲି ରେ ଜିଲ୍ଲା ବିଜେଡି ସଭାପତି ଝୀଂନ ହିକ୍କା , କୌଶଲ୍ୟା ହିକ୍କା , ରଘୁରାମ ପାଡ଼ଲ , ରିତା ପାଣିଗ୍ରାହୀ , ରବି ନନ୍ଦ ଙ୍କ ସମେତ ଦଳର ତୁଙ୍ଗ ନେତା ସାମିଲ ହୋଇଥିଲେ l ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ମହିଳା ମାନେ ସମାବେଶରେ ଏକତ୍ରିତ ହୋଇଥିଲେ l

Leave a Reply

Your email address will not be published. Required fields are marked *