ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗ୍ରାମର ପୁଅ ସୁମନ ପରିଡା ଯୁକ୍ତ ଦୁଇ ବିଜ୍ଞାନରେ 592 ନମ୍ବର (98 ପ୍ରତିଶତ )ରଖି ଡମପଡା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ସେ ଆଠଗଡ଼ ସ୍ଥିତ ଶକ୍ତି ବିଜ୍ଞାନ ମହାବିଦ୍ୟାଳୟରେ ପଢୁଥିଲେ | ଗୋଟେ ମଧ୍ୟବିତ୍ତ ଚାଷୀ ପରିବାରର ଘରୁ ଆସିଥିବା ସୁମନ ପରିଡା ମଧ୍ୟ ପୂର୍ବରୁ ଅରାଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ଦଶମ ପରୀକ୍ଷାରେ 502 ନମ୍ବର ରଖିଥିଲେ | ବାପା ଗିରିଧର ପରିଡା ଏବଂ ମାଆ ଶୁଚିସ୍ମିତା ପରିଡାଙ୍କ ବହୁ ସଂଘର୍ଷ ଜୀବନ ଭିତରେ ବଡ଼ ଭାଇ ଗୌରବ ପରିଡାଙ୍କ ପ୍ରେରଣାରେ ସୁମନ ପରିଡା ଆଗକୁ ନିଟ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବା ସହିତ | ଭଲ ରାଙ୍କ ରଖି ଡାକ୍ତର ପାଠ ପଢି ଲୋକଙ୍କ ସେବା କରିବେ ବୋଲି ସୁମନ କୁହନ୍ତି | ଡମପଡା ବ୍ଲକର ସତର ଗୋଟି ପଂଚାୟତ ଭିତରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ତାଳବସ୍ତର ଶ୍ରୀରାମ କମିଟି ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ, ଆଦର୍ଶ ଯୁବ ପରିଷଦ ଆବାହକ ଅକ୍ଷୟ କୁମାର ସାମଲ, ପ୍ରତୀକ୍ଷା ସେବା ଅନୁଷ୍ଠାନର ସକ୍ରିୟ ସଭ୍ୟା ଅଧ୍ୟାପିକା ମମତା ଜେନା, ତାଳବସ୍ତ ଅଂଚଳର ଯୁବ ସମାଜସେବୀ ଅକ୍ଷୟ କୁମାର ବେହେରା ପ୍ରମୁଖ ସୁନା ପୁଅ ସୁମନଙ୍କୁ ଉତ୍ତରୀୟ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ||
+2 ବିଜ୍ଞାନରେ ସର୍ବୋଚ୍ଚ ନମ୍ୱର ରଖିଲେ ନିସ୍ତିପୁରର ସୁମନ ପରିଡା !!!

