ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏଠାକାର ଜୀବନ ଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ବର୍ତ୍ତମାନ ଖରିଫ ଋତୁ ସକାଶେ ଚାଷୀ ସଜବାଜ ହେଲାଣି । ଚାଷୀ ତାର ଚାଷ ସରଞ୍ଜାମ ଦ।,କୋଡ଼ି, ଲଙ୍ଗଳ, କ।ତି ,ଶାବଳ ପ୍ରଭୃତି ସ।ରଞ୍ଜାମ ଧରି କମାରଶାଳ ରେ ପଜେଇ ଧାର କରିବା ସକାଶେ ଯାଇଥାନ୍ତି ! ବର୍ତ୍ତମାନ ପୁର ପଲ୍ଲୀରେ କମ।ରଶାଳ ହଜି ଗଲାଣି ! ଆଉ ଠକ୍ ଠକ ଶବ୍ଦ ଗାଁ ର ଶେଷ ମୁଣ୍ଡରେ ଶୁଭୁନି ! କମାର କାମ କରୁଥିବା ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଗଲେଣି । ସେମାନଙ୍କୁ ସରକାର ପ୍ରୋତ୍ସାହନ ଦେଇଥିଲେ ନିଜର କୌଳିକ ବୃତ୍ତି ବଞ୍ଚାଇ ପାରିଥାନ୍ତେ । ପୁର ପଲ୍ଲୀ ରୁ କମାରଶାଳ ହଜି ଯାଇଥିବାରୁ , ଲୋକେ ସହର ରେ ଥିବା କମ।ରଶାଳ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି ।
ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି କମାରଶାଳ !!!

