କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖାମା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ବାରଖମା ଏବଂ କ.ନୂଆଗାଁ ଦାୟିତ୍ୱ ରେ ଥିବା ଜିଲ୍ଲା ଭେକ୍ଟ ଭାଇଟା ନିୟନ୍ତ୍ରଣ ତଦାରଖ କାରୀ ସମୀର କୁମାର ପଟନାୟକ ଙ୍କ ନେତୃତ୍ୱରେ ଦିନିକିଆ ଏ ସି ଏମ ଛିଞ୍ଚାନ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ବାରଖମା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଆଠ ଗୋଟି ଗ୍ରାମପଞ୍ଚାୟତର ମ୍ୟାଲେରିଆ ପ୍ରବଣ ଗ୍ରାମରେ ଏ ସି ଏମ ଛିଞ୍ଚନ ବିଷୟରେ ଫୁଲବାଣୀ ହେଡକ୍ୱାଟର ରୁ ଆସିଥିବା ଜିଲ୍ଲା ଭେଟନାର ଭାଇଟର ରୋଗ ନିୟନ୍ତ୍ରଣ ପରାମର୍ଶ ଦାତା ସୁଜିତ କୁମାର କାର୍ଜି, ଡ.ବଦ୍ରି ନାରାୟଣ ସାମଲ ସ୍ୱସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ବାରଖମା, ଲେପ୍ରସୀ କର୍ମଚାରୀ ମନୋଜ ପାତ୍ର, ଉପ ସ୍ୱସ୍ଥ୍ୟ କେନ୍ଦ୍ର ଅଧିକାରୀଣୀ ଶ୍ରୀମତୀ ମାରିୟମ ଡିଗାଲ ପ୍ରମୁଖ ଯୋଗ ଦେଇ ପ୍ରାଞ୍ଜଳ ଭାବରେ ସ୍ପ୍ରେ ୱାର୍କେର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ l ପ୍ରଥମେ ଏକ ଲିଟର ପାଣିରେ ୨. ୫୦ ଗ୍ରାମ ଏ ସି ଏମ ମିଶ୍ରଣ କରି ୯ ଲିଟର ଥିବା ବାଲଟିଏ ପାଣିରେ ମିଶ୍ରଣ କରି , ଶୋଇବା କଠୋରୀ, ଅନ୍ଧାର ସ୍ଥାନ ଯେଉଁଠିକି ମଶା ରହିବା ସ୍ଥାନ ସେହି ସ୍ଥାନ ମାନଙ୍କରେ ଏ ସି ଏମ ସ୍ପ୍ରେ କରିବାକୁ କୁହାଯାଇଥିଲା l ଏଜ ମିନିଟି ରେ ୨୫ ଥର ପମ୍ପଙ୍ଗି କରିବା, କାନ୍ଥରେ ଦେଢଫୁଟ ଦୂରତାରେ ରହି ଛିଞ୍ଚନ କରିବା, କୈଣସି ଚଟାଣ ରେ କିମ୍ବା ବାରଣ୍ଡା ଏ ସି ଏମh କୁ ମିଶ୍ରଣ ନ କରି ବେନର କିମ୍ଵା ପଲିଥିନ ଉପରେ ମିଶ୍ରଣ କରିବା ଏହିପରି ଭାବରେ ନିଜର କିମ୍ଵା ଅନ୍ୟ କାହାର କ୍ଷତି ନ କରି କେଵଳ ମଶା ମାନଙ୍କ ଶୁଣ୍ଡକୁ ଅକାମି କରି ମ୍ୟାଲେରିଆ ରୁ ମୁକ୍ତ ରହିବାକୁ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡି, ଆଶାଦିଦି, ଏବଂ ଓରଦା ସ୍ବେଛାସେବୀ ଅନୁଷ୍ଠାନ, ବନଶ୍ରୀ କଳାସାଂସ୍କୃତିକ ଯୁବ ପରିଷଦ,କୁମ୍ଭାର ମୁଣ୍ଡା ଦାରିଙ୍ଗବାଡି,ଅନୁଷ୍ଠାନ, ର ସ୍ବେଛାସେବୀ ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ରେ ସାମିଲ ଥିଲେ l କ୍ରିଷ୍ଣା ଚନ୍ଦ୍ର ଦିଗାଳ (ବୁଲୁ) ଙ୍କ ନେତୃତ୍ୱ ରେ ୧୬ ଜଣ ସ୍ବେଛାସେବୀ ଚଳିତ ମାସ ୨୫ ତାରିଖ ଠାରୁ ୨୭ ତାରିଖ ତିନି ଦିନ ଧରି ଉକ୍ତ ଛିଞ୍ଚନ କାର୍ଯ୍ୟକ୍ରମ ରେ ଲିପ୍ତ ରହି ମ୍ୟାଲେରିଆ ମୁକ୍ତ କନ୍ଧମାଳ ଗଠନ କରିବାକୁ ପ୍ରୟାସ ଜାରି ରଖିବେ ବୋଲି ଜଣାପଡିଛି l
ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ !!!

