ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ପୋଲିସ ପକ୍ଷରୁ ଆଜି ସୃଜନ ହଲ୍, ଡିଆରଡିଏ, ନୟାଗଡ଼ ଠାରେ ନିଖୋଜ / ଚୋରି / ହରାଇଥିବା ମୋବାଇଲ୍ ରିକଭରି ଓ ବରିଷ୍ଠ ନାଗରିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲା ପୋଲିସ ଅଧୀକ୍ଷକ, ନୟାଗଡ଼ଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜଣ ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ସିନିୟର ସିଟିଜେନ୍ କାର୍ଡ ବଣ୍ଟନ କରାଯାଇଥିଲା ।

ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ସହଯୋଗ ଓ ସେବାକୁ ଅଧିକ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସେହିପରି, ସିଇଆଇଆର୍ ପୋର୍ଟାଲ୍ ମାଧ୍ୟମରେ ନୟାଗଡ଼ ସାଇବର ସେଲ୍ ଟିମ୍ର ନିରନ୍ତର ପ୍ରୟାସରେ ବିଭିନ୍ନ ଜିଲ୍ଲାରୁ ଉଦ୍ଧାର ହୋଇଥିବା ୮୦ଟି ନିଖୋଜ / ଚୋରି ହୋଇଥିବା ମୋବାଇଲ୍ ଫୋନ୍କୁ ଆବଶ୍ୟକ ଯାଞ୍ଚ ଓ ଆଇନଗତ ପ୍ରକ୍ରିୟା ପରେ ସେଗୁଡ଼ିକର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଉପସ୍ଥିତ ଅତିଥି ମାନଙ୍କୁ ସମ୍ବୋଧନ କରି ଜିଲ୍ଲା ପୋଲିସ ଅଧୀକ୍ଷକ ସମୁଦାୟମୂଳକ ପୋଲିସିଂ, ସାଇବର ସଚେତନତା ଓ ସାଧାରଣ ଲୋକଙ୍କ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନୟାଗଡ଼ ପୋଲିସ ସଦା ସର୍ବଦା ଜନମୁଖୀ ପୋଲିସିଂ, ସାଇବର ସୁରକ୍ଷା ସଚେତନତା ଓ ସମାଜ ସହ ଦୃଢ଼ ସହଭାଗିତା ଗଠନ ପାଇଁ ପ୍ରତିବଦ୍ଧ ।

