ଗଜପତି ବିଜେଡି କୁ ବଡ଼ ଝଟକା : ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲା ପରିଷଦଙ୍କ ସମେତ ବହୁ କର୍ମୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ କିଛି ମାସ ପରେ ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ତା ପୂର୍ବରୁ ତୃଣମୂଳ ସ୍ତରରେ ଗଜପତି ବିଜେଡିକୁ ଏକ ବଡ଼ ଝଟକା ଲାଗିଛି। ଜିଲ୍ଲାର କାଶୀନଗର ବ୍ଲକ, ଗୋଷାଣୀ ବ୍ଲକ, ଗୁମ୍ମା ବ୍ଲକ ଅଞ୍ଚଳର ସରପଞ୍ଚ, ନାଏବ ସରପଞ୍ଚ,ସମିତି ସଦସ୍ୟ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଏବଂ କର୍ମୀ ବିଜୁ ଜନତା ଦଳ (BJD) ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି । କାଶୀନଗର ଜୋନ୍ ନଂ ୧ର ଜିଲ୍ଲାପରିଷଦ ସଦସ୍ୟା ରକମ ରାଜଲକ୍ଷ୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଗୋଷାଣୀ ବ୍ଳକ ସ୍ଥିତ ଲିଙ୍ଗପୁର ଠାରେ ଏକ ମେଗା ଆୟୋଜିତ ମିଶ୍ରଣ ପର୍ବରେ ସେ ତାଙ୍କ ସମର୍ଥକଙ୍କୁ ନେଇ ପଦ୍ମ ଶିବିରରେ ଯୋଗ ଦେଇଥିବା ବେଳେ ବିଜେପିର ବରିଷ୍ଠ ନେତା ତାଙ୍କୁ ସ୍ୱାଗତ କରିଛନ୍ତି। ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟା ରାଜଲକ୍ଷ୍ମୀ କହିଛନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ତାଙ୍କୁ ଆକୃଷ୍ଟ କରିଛି ତେଣୁ ସେ ବିଜେଡି ଛାଡ଼ି ବିଜେପି ରେ ଯୋଗଦେଲେ। ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ହାତ କୁ ଦୃଢ କରିବା ସହ ଭାରତୀୟ ଜନତା ପାର୍ଟି ର ବିକାଶ ର ଗାଥା କୁ ନେଇ ଲୋକ ଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି। ଏହି ମିଶ୍ରଣ କାର୍ଯକ୍ରମ ବେଳେ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର,ରାଜ୍ୟ ପ୍ରମୁଖ ନେତା ଅମିୟ ମହାପାତ୍ର, ରାଜ୍ୟ ଉପସଭାପତି କେ.ନାରାୟଣ ରାଓଙ୍କ ସମେତ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଯୁବ ନେତା ସାନପାଲା କିରଣ, ବରିଷ୍ଠ ନେତା ସି ଏଚ ସୀମାଦ୍ରୀ, ଯୁବ ନେତା କେ.ଜୀବନ ସହ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି ଓ ଯୁବ ସଭାପତି , ନଗର ସଭାପତି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *