କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭକ୍ତ ଙ୍କୁ ନବ ଯୌବନ ଦର୍ଶନ ଦେଲେ ତିନି ଠାକୁର l ଦୀର୍ଘ ପନ୍ଦର ଦିନ ପରେ ଶlବର ଶ୍ରୀକ୍ଷେତ୍ର ରେ ନବ ଯୌବନ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଲେ ତିନି ଠାକୁର l ଜଗନ୍ନାଥ , ବଳଭଦ୍ର , ମା ସୁଭଦ୍ରା ଆଜି ହଜାର ହଜର ଭକ୍ତ ଙ୍କୁ ଦର୍ଶନ ଦେଲେ l ଦୀର୍ଘ ଦିନ ପରେ ତିନି ଠାକୁର ଙ୍କ ଦର୍ଶନ ପାଇ ଭକ୍ତ ବି ଖୁସିରେ ଆତ୍ମ ବିଭୋର ହୋଇ ଯାଉଥିବାର ଦେଖା ଯାଇଥିଲା ! କେବଳ ସେତିକି ନୁହଁ ଏହି ପନ୍ଦର ଦିନ ମନ୍ଦିର ପରିସରରେ ଏକ ଶୂନ୍ୟତା ସୃଷ୍ଟି ହୋଇଥିଲା , ଭକ୍ତ ବି ଦୁଃଖ ରେ ଥିଲା ନିଜ ଠାକୁର ଙ୍କୁ ନ ପାଇ ! ଅପେକ୍ଷା କରିଥିଲା କେବେ ତାର ପ୍ରିୟ ଠାକୁର ଜ୍ୱର ରୁ ଉଠିବେ , ସୁସ୍ଥ ହେବେ ଆଉ ଦର୍ଶନ ଦେବେ ! ଶେଷରେ ଆଜି ସେହି ପ୍ରତୀକ୍ଷା ର ଅନ୍ତତଃ ଘଟିଲା , ଆଉ ଭକ୍ତ ଠାକୁର ଉଭୟ ପରସ୍ପର ଦେଖି କୁ ଖୁସି ରେ ବିଭୋର ହେଲେ , ମନ୍ଦିର କୁ ବି ଏହି ଉପଲକ୍ଷେ ସଜ୍ଜିତ କରାଯାଇଥିଲା l
ଶାବର ଶ୍ରୀକ୍ଷେତ୍ରରେ ଭକ୍ତ ଙ୍କୁ ନବ ଯୌବନ ଦର୍ଶନ ଦେଲେ ତିନି ଠାକୁର !!!

