କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତକାଲି ଥିଲା ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିନ , ହେରା ପାଞ୍ଚମୀ ରେ ମା ଲକ୍ଷ୍ମୀ ଆସି ନନ୍ଦିଘୋଷ ରଥ ଚକ ଭାଙ୍ଗିଲେ ! ତା ପରଦିନ ପ୍ରଥା ଅନୁସାରେ ତିନିଟି ରଥ ଦକ୍ଷିଣାୟନ ହେଲା ! ଆଉ ଏଇଠୁ ଆରମ୍ଭ ହେଲା ତିନି ଠାକୁର ଙ୍କ ନିଜ ଜନ୍ମ ବେଦୀ କୁ ଫେରିବାର ପ୍ରକ୍ରିୟା ! ବାହୁଡା଼ ଦିନ ପୁଣିଥରେ ଭକ୍ତ ଙ୍କ ଗହଣ ରେ ତିନି ଠାକୁର ରଥ ରେ ବିଜେ କରି ସିଧା ରତ୍ନବେଦୀ ଅଭିମୁଖେ ଯାତ୍ରା କରିବେ ! ଆଜି ଶlବର ଶ୍ରୀକ୍ଷେତ୍ର ର ଗୁଣ୍ଡିଚା ମାଟିରେ ଏହି ତିନୋଟି ରଥ ଦକ୍ଷିଣ ମୋଡ଼ ହୋଇଥିଲା ! ପୋଲିସ ବାହିନୀ , ସ୍ବେଛାସେବୀ , ସିଭିଲ ଡିଫେନ୍ସ ଆଉ ମନ୍ଦିର ପ୍ରଶାସନ ଗହଣ ରେ ଆଜି ସକାଳେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସଂପାଦିତ ହୋଇଥିଲା l
ଶାବର ଶ୍ରୀକ୍ଷେତ୍ର ରେ ଦକ୍ଷିଣ ମୋଡ଼ ହେଲା ତିନିରଥ !!!

