ବ୍ୟୁରୋ ରିପୋର୍ଟ – ଆୱାଜ ମିଡ଼ିଆ : ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ କୁଏତ ତରଫରୁ ୱେବିନାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଙ୍ଘ ର ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ତଥା ସଭାପତି ଆଡ଼ଭୋକେଟ ସୁମୋଦଙ୍କ ଯୋଗଦେଇ କରୋନା ସଂକ୍ରମଣ ରୋକିବାରେ , ସମାଜ ରେ ପ୍ରତେକ ବର୍ଗର ଜନସାଧାରଣ କିପରି ସତର୍କ ରହି ପରିବାରକୁ ସୁରକ୍ଷା ଦେଇ ପାରିବେ ସେଥିପାଇଁ ଉତ୍ତମ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ କମିଟି ର ସଭ୍ୟ, ଉପଦେଷ୍ଟା, ବୁଦ୍ଧିଜୀବୀ, ଓଡିଶା ଶାଖାର ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ସାହୁ, ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।