ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୂଦାନ କର୍ମୀ ଲକ୍ଷ୍ମଣ ପାତ୍ର ତଥା ଗୁରାଣ୍ଡି ଗ୍ରାମ ଅବିଭକ୍ତ ପଞ୍ଚାୟତର ପ୍ରଥମ ସରପଞ୍ଚ ଏବଂ SKCG ଉଚ୍ଚ ବିଦ୍ୟାଳୟରେ ପ୍ରାକ୍ତନ ଛାତ୍ରଙ୍କ ସ୍ମରଣେ ବ୍ରହ୍ମପୁର ସ୍ଥିତ ସରକାରୀ ରାଜସ୍ୱ ସମ୍ମିଳନୀ କକ୍ଷରେ ପ୍ରଫେସର୍ ବାମଦେବ ମାଝୀ, ଅବସରପ୍ରାପ୍ତ ଶିକ୍ଷାବିତ୍ ଙ୍କ ସଭାପତିତ୍ବ ରେ ୩୭ ତମ ତିରୋଧାନ ଦିବସ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବାଜିରାଉତ ଛାତ୍ରାବାସ ଅଧ୍ୟକ୍ଷା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ନ ଚୌଧୁରୀ ଙ୍କ କନ୍ୟା ଶ୍ରୀମତୀ କୃଷ୍ଣା ମହାନ୍ତି, ଏସିଆ ଗ୍ରୀନ ନୋବେଲ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଭୁବନେଶ୍ୱର ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଅଧକ୍ଷ ଡକ୍ଟର ବିଶ୍ଵଜିତ୍, ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟର ଅବସର ପ୍ରାପ୍ତ କୁଳପତି ମନ୍ମଥ ପାଢ଼ୀ, ପୁରୀ DIET ଅନୁଷ୍ଠାନର ଅପସର୍ ପ୍ରାପ୍ତ ଶିକ୍ଷାବିତ୍ ତଥା ସଂସ୍କୃତି ଗବେଷକ ଡକ୍ଟର ଵାୟାମାନୁ ଚର୍ଚ୍ଚି , ଗୁଣୁପୁର ସେବା ଆଶ୍ରମ ଅଧ୍ୟକ୍ଷା ତଥା ଜମୁନାଲାଲ୍ ବାଜାଜ ପୁରସ୍କାରପ୍ରାପ୍ତ ସମାଜ ସେବି ରାଜେଶ୍ୱରୀ ଦଲାଇଙ୍କ ସହିତ ବିଭିନ୍ନ ଅନୁଷ୍ଣାର କର୍ମକର୍ତା, ଦଳପତି ମହାସଭାର ଉପ ସଭାପତି, ସମ୍ପାଦକ, ଉପଦେଷ୍ଟା ଙ୍କ ସହିତ ଅନେକ ସଦସ୍ୟ ଯୋଗଦାନ କରି ସ୍ମୃତି ଚାରଣ କରିଥିଲେ ।

