ପାରଳାଖେମୁଣ୍ଡି ଶିଶୁ ମନ୍ଦିରରେ ଗଣେଶ ପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଗଣନାଥ ଶ୍ରୀ ଗଣେଶଙ୍କର ପୂଜା ଅର୍ଚ୍ଚନା ପାରମ୍ପରିକ ରୀତିନୀତି ତଥା ଉତ୍ସାହ ଉଦ୍ଦିପନା ମଧ୍ୟରେ ଭକ୍ତିର ସହ ପାଳିତ ହୋଇ ଯାଇଛି।ପୁରୋହିତ ଶ୍ରୀ ପ୍ରଦୀପ ପାତ୍ରଙ୍କ ଦ୍ବାରା ମନ୍ତୋପଚାର ଓ ହୋମ ଯଜ୍ଞ କରାଯାଇଥିଲା।ଅନୁଷ୍ଠାନର ଅଭିଭାବକ ଦମ୍ପତି ଶ୍ରୀ ବଦ୍ରୀନାଥ ସାହୁ ଓ ଶ୍ରୀମତୀ ଲକ୍ଷ୍ମୀ ସାହୁ ପୂଜାରେ ସହଯୋଗ କରିଥିଲେ।ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାଙ୍କ ଦ୍ବାରା ଆକର୍ଷଣୀୟ ଭାବେ ପୂଜା ମଣ୍ଡପର ସାଜସଜ୍ଜା କରାଯାଇଥିଲା।ବିଦ୍ୟାଳୟର ଛାତ୍ର ସଂଗଠନ ବାଲ୍ ଭାରତୀ ,ଶିଶୁ ଭାରତୀ ଓ ସ୍କାଉଟ୍ ଗାଇଡ୍ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।୧୪ସେପ୍ଟେମ୍ବର ଉପଲକ୍ଷେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ମଧ୍ୟ ପାଳନ କରାଯାଇଥିଲା।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ହିନ୍ଦୀ ଦିବସର ମହତ୍ତ୍ବ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।ଅନୁଷ୍ଠାନର ପରିଚାଳନା ସମିତିର ସଦସ୍ୟ ମାନେ ଯଥା-ଶ୍ରୀ ସୁବାଷ ଚନ୍ଦ୍ର ଜମାଦାର,ଶ୍ରୀ ସଞ୍ଜୟ ଜେନା,ଶ୍ରୀ ଚନ୍ଦ୍ର ଶେଖର ପଟ୍ଟନାୟକ,ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ,ଶ୍ରୀମତୀ ସରିତା ପାଣିଗ୍ରାହୀ,ଶ୍ରୀମତୀ ସବିତା ଗମାଙ୍ଗ,ପୂଜ୍ୟ ରାମାନନ୍ଦ ଦାଶ,ଶ୍ରୀ ଅନାଦି ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *