ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୈଦେଶ୍ଵର ଆରଆଇ ଅଫିସ ପାଲଟିଛି ବାଲି ମାଫିଆଙ୍କ ଅଘୋଷିତ କାର୍ଯ୍ୟାଳୟ ! ଯେତେବେଳେ ଦେଖିଲା ବେଳକୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ବସି ଆଡ୍ଡା ମାରୁଛନ୍ତି ବାଲି ମାଫିଆ ! ବେଆଇନ ବାଲି ଚାଲାଣ ନେଇ ଲୋକେ ଅଭିଯୋଗ କରି କରି ହେଲେଣି ନୟାନ୍ତ ! ଗତ 26 ତାରିଖ ରାତିରେ ଏକକାଳୀନ ବହୁ ଟ୍ରାକ୍ଟର ଯୋଗେଁ ବାଲି ଚାଲାଣ ନେଇ ଅଭିଯୋଗ ହୋଇଥିଲା , ହେଲେ କାର୍ଯ୍ୟାନୁଷ୍ଠାନ ଶୂନ ! ଆଗରୁ ଲୋଭେଇ ଠାକୁରାଣୀଙ୍କ ପୀଠ ନିକଟରୁ ବେଆଇନ ବାଲି ଚାଲାଣ ନେଇ ବହୁବାର ଅଭିଯୋଗ ହୋଇଥିଲେବି , ଗୋଟିଏ ଥର ମଧ୍ୟ ସେ ସ୍ଥାନକୁ ଯାଇ ତଦାରଖ କରିନାହାନ୍ତି କାର୍ଯ୍ୟରତ ଆରଆଇ ! ତେବେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ବାଙ୍କୀ ତହସିଲଦାର ଏବଂ ଖଣି ବିଭାଗ ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ! ତେବେ ସୁଦ୍ଧା ସମ୍ପୃକ୍ତ ଆରଆଇ ସରଜମିନ ତଦନ୍ତ ନକରିବାରୁ ଉତ୍ତ୍ୟକ୍ତ ଲୋକେ ଯାଇ ପହଂଚିଥିଲେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ !

ବାଲି ଚାଲାଣରୁ ବେଶ ମୋଟା ଅଙ୍କର ଅର୍ଥ ହଡପ କରୁଛନ୍ତି ଆରଆଇ ବାବୁ , ତେଣୁ ଲୋକେ ଯାହା କୁହନ୍ତୁ ସେସବୁ ଅତି ସହଜରେ ହଜମ କରି ଦେଉଛନ୍ତି ! ତେବେ ଘଟଣା ସମ୍ପର୍କରେ ଖବର ସଂଗ୍ରହ ପାଇଁ ପହଂଚି ଆରଆଇ ଅଫିସ ର ପରିସର ଦୃଶ୍ୟ ଦେଖି ଆମେ ମଧ୍ୟ ତାଯୁବ ! ସରକାରୀ କାର୍ଯ୍ୟାଳୟ ହୋଇ ସୁଦ୍ଧା କୌଣସି ସ୍ଥାନରେ ନାମ ଫଳକ ନାହିଁ ! ଅଫିସ ପରିସର ପାଲଟିଛି ଅଭୟାରଣ୍ୟ , ଛାତ ଉପରେ ମାଡି ରହିଲି ଲତା ! ଦେଖିଲେ ଲାଗୁଛି ଯେମିତି କାର୍ଯ୍ୟାଳୟ ଭିତରେ ବର୍ଷ ବର୍ଷ ଧରି ଝାଡୁ ବାଜିନାହିଁ ! କିନ୍ତୁ ଲୋକଙ୍କର ଅଭିଯୋଗ ଯାହା , ସବୁ ପ୍ରକାର ବେଆଇନ ଚାଲାଣ କୁ ପ୍ରୋତ୍ସାହନ ଦେଇ ମାଫିଆଙ୍କ ପାକେଟ ରେ ଝାଡୁ ମାରିବାରେ ଆରଆଇ ଜଣକ ପୁରା ସିଦ୍ଧ ହସ୍ତ ! ତେବେ ବାଲି ଚାଲାଣ କାରଣରୁ ରାସ୍ତା ଘାଟ ଠାରୁ ଆରମ୍ଭ କରି ମନ୍ଦିରର ଅବସ୍ଥା ବିପନ୍ନ ହେବା କାରଣରୁ ବିଭାଗକୁ ଏକ ସପ୍ତାହର ସମୟ ଦେଇ କଡା ଚେତାବନୀ ଦେଇଛନ୍ତି ଯୁବ କଂଗ୍ରେସ ନେତା !

ବୈଦେଶ୍ଵର ଅଂଚଳରେ ବିଭିନ୍ନ ସ୍ଥାନରେ ମହାନଦୀ ଘାଟରୁ ବେଆଇନ ବାଲି ଉଠାଣ ଏବଂ ଚାଲାଣ ହେଉଥିଲେବି କାହିଁକି ପୁଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ତାହା ସୃଷ୍ଟି କରୁଛି ବହୁ ପ୍ରଶ୍ନ !


