ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜୀବ ଜଗତ ମୂଳ ପିଣ୍ଡ ଆଧାର ହେଉଛି ବୃକ୍ଷ । ଯେଉଁ ପରିବେଶରେ ଯେତେ ପରିମାଣରେ ବୃକ୍ଷ ରହି ଥାଏ ,ସେ ପରିବେଶ ସେତେ ପରିମାଣରେ ସୁସ୍ଥ , ସବୁଜ ଓ ସୁନ୍ଦର ରହିଥାଏ । ସେହିଦ ପରିବେଶରେ ବଢୁଥିବା ଜୀବଜଗତର ସମସ୍ତ ପ୍ରକାର ପ୍ରାଣୀ ସେତେ ସୁସ୍ଥ ଓ ନିରୋଗ ଜୀବନଯାପନ କରିଥାନ୍ତି । ବୃକ୍ଷ ଜୀବଜଗତର ଅମୂଲ୍ୟ ସମ୍ପଦ ଅଟେ । ବୃକ୍ଷ ବଞ୍ଚିଲେ ସମସ୍ତ ଜୀବଜଗତ ବଞ୍ଚିବ । ଏହି କଥାକୁ ମର୍ମେମର୍ମେ ଅନୁଭବ କରିଛନ୍ତି କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମ ପଞ୍ଚାୟତର ଆଦର୍ଶ ଶିକ୍ଷକ ଦମ୍ଫତ୍ତି ବଳରାମ ଓ ନିବେଦିତା ପାଇକରାୟ । କର୍ମମୟ ଜୀବନରୁ କିଛି ସମୟ ବାହାର କରି ନିଜେ ନିଜର ବାଡ଼ିରେ ବିଭିନ୍ନ ପ୍ରକାରର ଚାରା ପକାନ୍ତି । ଛୁଟିଦିନ ମାନଙ୍କରେ ଉଭୟ ଦମ୍ଫତ୍ତି ଉକ୍ତ ଚାରାକୁ ବିନା ମୂଲ୍ୟରେ ବାଣ୍ଟିଥାନ୍ତି । ବିଭିନ୍ନ ଉପାୟରେ ପରିବେଷର ସୁରକ୍ଷା ଓ ସଂରକ୍ଷଣ ପାଇଁ ଲୋକମାନଙ୍କୁ ସଚେତନ କରାନ୍ତି । ଆଜି ମଧ୍ୟ ପବିତ୍ର କୁମାରପୂର୍ଣ୍ନିମା ଅବସରରେ ବିଭିନ୍ନ ସ୍ଥାନରେ ଚାରା ବଣ୍ଟନ କରିବା ସହିତ ଲୋକମାନଙ୍କୁ ପରିବେଶ ପ୍ରତି ଯତ୍ନବାନ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ମହାନ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଓ ପରିବେଶବିତ ମାନେ ଅଜସ୍ର ପ୍ରଶଂସା କରିଛନ୍ତି ।


