ଗାଡି ଦୁର୍ଘଟଣାରେ ଜଣେ ମୃତ : ଫାଣ୍ଡି , ମେଡିକାଲ କି ଥାନାରେ ନାହିଁ ଖବର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ରେ ମୋଟର ସାଇକେଲ ଦୁର୍ଘଟଣା | ଗାଡି ଦୁର୍ଘଟଣାରେ ଜଣେ ମୃତ – ଫାଣ୍ଡି , ମେଡିକାଲ କି ଥାନାରେ ନାହିଁ ଖବର ! ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତର ନୁଆସାହି ଶେଷ ମୁଣ୍ଡରେ ଥିବା ସାନଝର ବନ୍ଧ ପାଖରେ ଦୁଇଟି ମଟର ସାଇକେଲ ଭିତରେ ଦୁର୍ଘଟଣା ନଭେମ୍ବର 01 ତାରିଖ ରବିବାର ଦିନ ଘଟିଥିଲା | ଘଟଣା ଅନୁସାରେ ଦୁଲଣାପୁର ଗ୍ରାମ ଉପର ହାମିରାର ଦୁଇଜଣ ବ୍ୟକ୍ତି ମୁଣ୍ଡାସାହିରୁ ହାଣ୍ଡିଆ ପିଇ ନିଶାଗ୍ରସ୍ତ ଅବସ୍ଥାରେ କ୍ଷିପ୍ର ଗତିରେ ଫୁଲମରୁଆ ରାସ୍ତାରେ ଆସୁଥିବା ବେଳେ ବିପରିତ ଦିଗରୁ ଅରପୁର ଗ୍ରାମ ଶବର ସାହିର ସମୀର ପ୍ରଧାନ (ରାଜା  ) କୌଣସି କାର୍ଯ୍ୟରେ ସେହିଁ ଦିଗରେ ଯାଉଥିବା ବେଳେ ବଡ଼ ଦୁର୍ଘଟଣା ଘଟିଥିଲା | ଖବର ନେବା ଅନୁସାରେ ସେହିଁ ସ୍ଥାନରେ ଦୁଇଜଣ ସାମାନ୍ୟ ଆହତ ସହିତ ସମୀର ପ୍ରଧାନ ନାମକ ଯୁବକ ( ବୟସ -25 ) ବହୁତ ଗୁରୁତର ହୋଇ ପଡ଼ିଥିଲେ |ଘଟଣା ସ୍ଥଳରେ ପରିବାର ଲୋକ ଖବର ପାଇ ଆହତ ମାନଙ୍କୁ ପାଖରେ ଥିବା ତାଳବସ୍ତ ଆୟୁଷ ଚିକିତ୍ସାଳୟକୁ ନେଇଥିଲେ | କିନ୍ତୁ ରବିବାର ହେତୁ ଉକ୍ତ ମେଡିକାଲଟି ସବୁବେଳେ ବନ୍ଦ ରହୁଥିବାରୁ ଆହତ ମାନେ ବହୁ ସମୟ ଅପେକ୍ଷା କରି ମେଡିକାଲ ବାହାରେ ଭଙ୍ଗାରୁଜ ସହ ଟେକା ପଥର ଫୋପାଡ଼ି ସେଠାରେ କର୍ତ୍ତବ୍ୟ କରୁଥିବା ସୁରକ୍ଷା କର୍ମି ସହିତ କଥା କଟାକଟି କରିଥିଲେ | ତେଣୁ ବାଧ୍ୟ୍ୟ ହୋଇ ଆହତ ସମୀରକୁ ପରିବାର ଲୋକ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ନେବା ସମୟରେ ଅଧାବାଟରେ ମୃତ୍ୟବରଣ କରିଥିବାର ଜଣାପଡିଛି |

ମୃତ ସମୀରଙ୍କ ପରିବାର ଦଳିତ ପରିବାର ହୋଇଥିବାରୁ କାହାର ସହଯୋଗ ନ ପାଇ ମୃତ ସମୀରଙ୍କୁ ବାଙ୍କୀ ମେଡିକାଲ ନ ନେଇ, ବାଙ୍କୀ ଥାନାରେ ମଧ୍ୟ ନ ଜଣାଇ ନିଜ ଗ୍ରାମ ଅରପୁରକୁ ମୃତ ଦେହ ଆଣି, ନିକଟସ୍ଥ ତାଳବସ୍ତ ଫାଣ୍ଡିରେ ଜଣାଇଥିଲେ | ତାଳବସ୍ତ ଫାଣ୍ଡି ଅଧିକାରୀ ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା କନେଷ୍ଟବଲ ନରେଶ କୁମାର ନାୟକ କହିଥିଲେ, ଯେହେତୁ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ଅଟେ, ବାଙ୍କୀ ମେଡିକାଲରେ ଯାଇ ପୋଷ୍ଟ ମଟମ କରନ୍ତୁ କିନ୍ତୁ ପରିବାର ଲୋକ ଏବଂ ତାଙ୍କ ସାହି ଲୋକ ହଁ ନାହିଁ ଭିତରେ ଦିନ ସାରା ଘରେ ମୃତ୍ୟୁ ଯୁବକ ଜଣଙ୍କୁ ରଖି ରାତି 9 ଟାରେ ନିଜ ଗାଁ ରେ ଶବଦାହ କରାଇଛନ୍ତି |ଘଟଣା ସମ୍ପର୍କରେ ଅରପୁର ଶବର ସାହିର ୱାର୍ଡସଭ୍ୟ ତଥା ଦୁଲଣାପୁର ଗ୍ରାମ ପଂଚାୟତର ନାଏବ ସରପଂଚ ସନ୍ତୋଷ କୁମାର ନାୟକ କୁହନ୍ତି ଯେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ଘର ତାଳବସ୍ତ ଫାଣ୍ଡି ପଚ୍ଛ ପଟେ ଅଟେ | ପରିବାର ଲୋକ ଯଦି ଥାନା,ମେଡିକାଲକୁ ଭୟ କରି ଆଗକୁ ନଯାଇ ନୀରବ ରହିଲେ, ସେହିଁ କ୍ଷେତ୍ରରେ ଲୋକଙ୍କ ସୁରକ୍ଷାରେ ଥିବା ତାଳବସ୍ତ ଫାଣ୍ଡି କି ବାଙ୍କୀ ଥାନା ପକ୍ଷରୁ ଘଟଣା ଜାଣି ମଧ୍ୟ, ନିଜ ଆଡୁ କିଛି ପଦକ୍ଷେପ କିମ୍ବା ତଦନ୍ତ ନେଲେ ନାହିଁ |ମଟର ସାଇକେଲ ଦୁର୍ଘଟଣାକୁ ନେଇ କାହାକୁ ଭୟ ନ କରି ନିର୍ଭୟରେ ଶବକୁ ପୋଡ଼ିଦେବା ଘଟଣାକୁ ସ୍ଥାନୀୟ ଜନ ସାଧାରଣ ନିନ୍ଦା କରିଛନ୍ତି |ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଦାନା ବନ୍ଧୁଛି | ଶବ ଦାହ କରିବାକୁ ପରାମର୍ଶ ଦେଇଥିବା ବ୍ୟକ୍ତି ନିଶ୍ଚିନ୍ତ କୌଣସି ରାଜନେତା ହୋଇଥିବେ |ଦୁର୍ଘଟଣା ଘଟିଥିବା ଗାଡି ଦୁଇଟିକୁ ଫାଣ୍ଡି ତରଫରୁ ଅବଗତ ହୋଇ ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କି ଜବତ କାହିଁକି କରାଗଲା ନାହିଁ | ଆହତ ଥିବା ବ୍ୟକ୍ତିମାନେ ଏବେ ସାହିରେ ନ ରହି କେଉଁଠି କାହିଁକି ଆତ୍ମ ଗୋପନ କରିଛନ୍ତି!!!! ଏମିତି ଅନେକ ପ୍ରଶ୍ନର ଉତ୍ତର ପ୍ରଶାସନ ଏବଂ ପୋଲିସ ମାନଙ୍କର ନୀରବତାର ଫାଇଲି ଭିତରେ ଲୁଚି ଯାଉଛି | ସଡ଼କ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟ କରୁଥିବା ସାମାଜିକ କର୍ମି ସୁଜିତ କୁମାର ମହାନ୍ତିଙ୍କ କହିବାନୁସାରେ ଆଜିର ଯୁବପିଢ଼ି ସଡ଼କ ସୁରକ୍ଷା, ଜୀବନ ରକ୍ଷା ଉପରେ ସଚେତନ ନାହାନ୍ତି |ତାଳବସ୍ତ ଗ୍ରାମର 12 ନମ୍ବର ୱାର୍ଡରେ ଥିବା ମୁଣ୍ଡାସାହିରେ ଖୁଲମ ଖୋଲା ହାଣ୍ଡିଆ ବେପାର ଏବଂ ହାଟ ବସୁଅଛି |ବାଙ୍କୀ ଅବକାରି ବିଭାଗ ତଥା ସ୍ଥାନୀୟ ଫାଣ୍ଡି,,ଥାନା ଜାଣତରେ ହେଉଥିବା ହାଣ୍ଡିଆ ପ୍ରସ୍ତୁତ ଏବଂ ବିକ୍ରି ଉପରେ ରୋକ ଲାଗୁନାହିଁ | ତେଣୁ ଅଳ୍ପ ବୟସର ଯୁବକ ମାନେ ଏଠି ନିୟମିତ ଆସି ହାଣ୍ଡିଆ ପିଇ ନିଶାଗ୍ରସ୍ତ ହୋଇ ବିଭିନ୍ନ ସମୟରେ ଗାଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି |ତେଣୁ ସର୍ବପ୍ରଥମେ ତାଳବସ୍ତ ମୁଣ୍ଡାସାହିରୁ ହାଣ୍ଡିଆ କାରବାର ବନ୍ଦ ହେବା ଦରକାର |

Leave a Reply

Your email address will not be published. Required fields are marked *