ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ପ୍ରିୟଜନଙ୍କୁ ଉପହାର ଦେବାର ରହିଛି ଏକ ସ୍ୱତନ୍ତ୍ର ପରମ୍ପରା। ଆଉ ଏହି ପରମ୍ପରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପାରାଦୀପର ଏମ୍ପାୟାର ହୋଟେଲ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ଦୀପାବଳି ଗିଫ୍ଟ ହାମ୍ପର୍ସ। ମିଠାଠାରୁ ଆରମ୍ଭ କରି ଡ୍ରାଏ ଫ୍ରୁଟ୍ସ ପର୍ଯ୍ୟନ୍ତ, ରହିଛି ବିଭିନ୍ନ ଆକର୍ଷଣୀୟ ଉପହାରର ବିକଳ୍ପ। ୭୯୯ ଟଙ୍କାରୁ ଆରମ୍ଭ ହେଉଛି ଏହି ଗିଫ୍ଟ ହାମ୍ପର୍ସର ମୂଲ୍ୟ। ଏ ନେଇ ହୋଟେଲ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ। ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ଘରଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ, ସବୁଠି ଚାଲିଛି ପ୍ରସ୍ତୁତି। ଏହି ଅବସରରେ ଗ୍ରାହକଙ୍କ ପାଇଁ ଭିନ୍ନ ଧରଣର ଉପହାର ସମ୍ଭାର ଆଣିଛି ପାରାଦୀପ ସ୍ଥିତ ଏମ୍ପାୟାର ହୋଟେଲ । ହୋଟେଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରକାରର ଗିଫ୍ଟ ହାମ୍ପର୍ସ, ସ୍ୱାଦିଷ୍ଟ ମିଠା ଏବଂ ଡ୍ରାଏ ଫ୍ରୁଟ୍ସ ବାକ୍ସ ପ୍ରଦର୍ଶିତ କରାଯାଇଥିଲା। ଆକର୍ଷଣୀୟ ବାକ୍ସ ଓ ଟ୍ରେ’ରେ ସୁନ୍ଦର ଭାବେ ସଜାଯାଇଥିବା ଏହି ଉପହାର ସମ୍ଭାର ପର୍ବପର୍ବାଣୀର ଖୁସିକୁ ଦ୍ୱିଗୁଣିତ କରିବା ସହ ଉପହାର ଦେବାର ଅନୁଭୂତିକୁ ଆହୁରି ସ୍ୱତନ୍ତ୍ର କରିବ। ହୋଟେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଗିଫ୍ଟ ହାମ୍ପର୍ସର ମୂଲ୍ୟ ୭୯୯ ଟଙ୍କାରୁ ଆରମ୍ଭ ହେଉଛି। ଗ୍ରାହକଙ୍କ ପସନ୍ଦ ଓ ବଜେଟ୍ ଅନୁସାରେ ମଧ୍ୟ ସ୍ୱତନ୍ତ୍ର ଉପହାର ପ୍ୟାକେଟ୍ ପ୍ରସ୍ତୁତ କରିବାର ସୁବିଧା ରହିଛି। ଏହାଦ୍ୱାରା ବ୍ୟକ୍ତିଗତ ଉପହାର ସହ କର୍ପୋରେଟ୍ ସଂସ୍ଥାଗୁଡ଼ିକ ମଧ୍ୟ ନିଜ ଆବଶ୍ୟକତା ଅନୁଯାୟୀ ଉପହାର ବାଛିପାରିବେ।
ଏମ୍ପାୟାର ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ଗିଫ୍ଟ ହାମ୍ପର୍ସ !!!

