ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ୍ ପକ୍ଷରୁ ଆସାମ ରାଜ୍ୟ ଶାଖା ଏବଂ ଡନ୍ ବସ୍କୋ ହାଇସ୍କୁଲର ମିଳିତ ସହଯୋଗରେ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ଓ କବିତା ଆବୃତ୍ତି ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶଙ୍କ ନିର୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାନବୀୟ ଶାନ୍ତି ଓ ସଦ୍ଭାବନା ମାଧ୍ୟମରେ ଉଦୀୟମାନ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ବିକାଶରେ ସହାୟକ ହେବା। ଏହି ପ୍ରତିଯୋଗିତାରେ LFS, DBS, D.U. Model School, SBS, JVP ଏବଂ Little Buds ଭଳି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡନ୍ ବସ୍କୋ ହାୟର ସେକେଣ୍ଡାରୀ ସ୍କୁଲ୍ (ଡିବ୍ରୁଗଡ଼)ର ଅଧ୍ୟକ୍ଷ ଫାଦର ଶିଳାନନ୍ଦ କେର୍କେଟ୍ଟା, ଶିକ୍ଷକ ଜେନସନ୍ ଡିଆସ୍, ବ୍ରଦର ବାଲାନ ପ୍ରେମକୁମାର, ବିଶିଷ୍ଟ ଅତିଥି ଡ. ସୁଲତାନା ହଜାରିକା ଏବଂ ବିଚାରକ ଭାବରେ ମାମୋନି ଶର୍ମା, ମିତୁ ଗୋସ୍ୱାମୀ ଓ ରାହୁଲ ଦାସ ଯୋଗ ଦେଇଥିଲେ।ଚିନ୍ମୟ ଫାଉଣ୍ଡେସନ୍ (ଆସାମ ଶାଖା)ର ଅଧ୍ୟକ୍ଷା ଆମ୍ବାସାଡର ଡ. (ଏଚ୍.ସି.) ରାଜେଶ୍ରୀ ସେନାପତି ଗୋଗୋଇ ଏବଂ ସଂଯୋଜକ ରେଖା ଜ୍ୟୋତି ମୋହନ ଓ ବିପ୍ଲବୀ ଦଧୁମିୟାଙ୍କ ଦ୍ୱାରା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଡନ୍ ବସ୍କୋର ଅଧ୍ୟକ୍ଷ ଫାଦର ଶିଳାନନ୍ଦ କେର୍କେଟ୍ଟା, ଶିକ୍ଷକ ଜେନସନ୍ ଡିଆସ୍, ବ୍ରଦର ବାଲାନ ପ୍ରେମକୁମାର ଏବଂ ବିଶିଷ୍ଟ ଅତିଥି ଡ. ସୁଲତାନା ହଜାରିକା ଉପସ୍ଥିତ ସମସ୍ତଙ୍କୁ ଉଦ୍ବୋଧନ ଦେଇଥିଲେ। ଏହା ପରେ, ସୁଶ୍ରୀ ଚନ୍ଦନା ଶର୍ମା ନିଜର ବେହେଲା ବାଦନ ମାଧ୍ୟମରେ ସେଠାରେ ଶାନ୍ତିପୂର୍ଣ୍ଣ ଓ ସଙ୍ଗୀତମୟ ପରିବେଶ ସୃଷ୍ଟି କରିଥିଲେ, ଯାହା ସମଗ୍ର ପରିବେଶକୁ ଅତ୍ୟନ୍ତ ମନୋରମ ଓ କଳାତ୍ମକ କରିଦେଇଥିଲା। ‘ଚିନ୍ମୟ ଫାଉଣ୍ଡେସନ୍’ ଆସାମ ଶାଖା ପକ୍ଷରୁ ରାଜେଶ୍ରୀ ସେନାପତି ଗୋଗୋଇ, ବିଚାରକ ଭାବରେ ଉପସ୍ଥିତ ଥିବା ମାମୋନି ଶର୍ମା, ମିତୁ ଗୋସ୍ୱାମୀ ଏବଂ ରାହୁଲ ଦାସଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଚାରକ ମଣ୍ଡଳୀରେ ଯୋଗ ଦେଇଥିବାରୁ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ‘ଚିନ୍ମୟ ଫାଉଣ୍ଡେସନ୍, ଆସାମ’ର ସଦସ୍ୟମାନଙ୍କ ସମେତ ବହୁ ଦର୍ଶକ ଉପସ୍ଥିତ ଥିଲେ।

ଏହି ଅବସରରେ ସଭାପତି ତଥା କାର୍ଯ୍ୟକ୍ରମର ଆବାହିକା ଶ୍ରୀମତୀ ରାଜେଶ୍ରୀ ସେନାପତି ଗୋଗୋଇଙ୍କ ସହ ସମନ୍ୱୟକ ରେଖା,ଜ୍ୟୋତି ମୋହନ, ବିପ୍ଲବୀ ଦାଦୁମିଆ; କୋଷାଧ୍ୟକ୍ଷ ପ୍ରଦୀପ ଗୋଗୋଇ; କାର୍ଯ୍ୟକାରୀ ସଦସ୍ୟ ରୂପମଣି ଗୋଗୋଇ, ଜୁନାଲି ଦତ୍ତ, ଅଭିନୀତ ରାଜ ଗୋଗୋଇ, ବିପ୍ଲବ ଦାସ ଏବଂ ଅନ୍ୟ ଅନେକ ସଦସ୍ୟ ଉପସ୍ଥିତ ଥିଲେ। ପ୍ରତିଯୋଗିତାଟି ଦୁଇଟି ବିଭାଗରେ ଅତ୍ୟନ୍ତ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା। ବିଚାରକ ମଣ୍ଡଳୀଙ୍କର ନିରପେକ୍ଷ ଓ ନିର୍ଣ୍ଣାୟକ ରାୟ ସ୍ୱରୂପ କରକବିତା – ଗ୍ରୁପ୍ ‘କ’ (Group A): ପ୍ରଥମ – ଦେବାଙ୍ଗନି କୋନୱାର, ଦ୍ୱିତୀୟ – ଉଦୟତେଜ ହଜାରିକା, ତୃତୀୟ – ଶିବାଙ୍ଗୀ ଗୋଗୋଇ।କବିତା – ଗ୍ରୁପ୍ ‘ଖ’ (Group B): ପ୍ରଥମ – ଦିବ୍ୟାଂଶୁ ବିକାଶ ଉପାଧ୍ୟାୟ, ଦ୍ୱିତୀୟ – କାବ୍ୟାନନ୍ଦିନୀ ଗର୍ଗ, ତୃତୀୟ – କ୍ରିଶଭ ରକ୍ତିମ ଗୋଗୋଇ।ଚିତ୍ରାଙ୍କନ – ଗ୍ରୁପ୍ ‘କ’ (ଭାଗ-୧): ପ୍ରଥମ – ଫରହାନ ନାସିର, ଦ୍ୱିତୀୟ – ହୃଦୟ ଉଜ୍ଜ୍ୱଳ କଶ୍ୟପ, ତୃତୀୟ – ୟାହାନା ରହମାନ।ଚିତ୍ରାଙ୍କନ – ଗ୍ରୁପ୍ ‘ଖ’ (ଭାଗ-୨): ପ୍ରଥମ – ଅରନ୍ଦିତା ଜି.ଏସ୍. ବୋରସାଇକିଆ, ଦ୍ୱିତୀୟ – ପୁନମ ସୋନୋୱାଲ, ତୃତୀୟ – ଶକିବା ହାସିନ୍।’ଚିନ୍ମୟ ଫାଉଣ୍ଡେସନ୍, ଆସାମ’ର ଅଧ୍ୟକ୍ଷା ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଲେ ଏବଂ ଏଥିରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କଋଥୁଲେ। ସମଗ୍ର ବିଶ୍ୱର ଗ୍ରାମାଞ୍ଚଳ ମାନଙ୍କରେ ଶାନ୍ତି, ମୈତ୍ରୀ, ସଦଭାବନା ପ୍ରତିଷ୍ଠା ତଥା କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

