ଜେସିବିରେ ଚାଲିଛି ପୋଖରୀ ଖୋଳା : ଶ୍ରମିକ ନିରାଶ !!

0
205

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକରେ ଜଳଛାୟା ପ୍ରକଳ୍ପ ଦ୍ୱାରା ଚାଲିଛି ପୋଖରୀ ଖନନ। ଏମଜିଏନଆରଜିଏସ ମାଧ୍ୟମରେ ପୋଖରୀ ଖନନ କାର୍ଯ୍ୟ କରିବା ପାଇଁ ସରକାରଙ୍କ ଗାଇଡ ଲାଇନରେ ଉଲ୍ଲେଖ ରହିଛି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ପ୍ରରୋଚନାରେ ଠିକାଦାର ମାନେ ମନରେଗା ଶ୍ରମିକ ମାନଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖନନ କାମ ଚଳାଇଛନ୍ତି । ଯଦି କେହି ଏହାର ପ୍ରତିରୋଧ କରୁଛନ୍ତି ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଳଜ ସହ ଧମକ ଦିଆଯାଉଛି । ପ୍ରକାଶ ଥାଉକି ଗତ ମେ’ ୮ରୁ ଟିକାବାଲି ବ୍ଲକର ଟିକାବାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର ଦଶଘରିଆ ତଥା ଟିପାରିଗାଁ ମୌଜା ଠାରେ ଜେସିବି ଲଗାଇ ପୋଖରୀ ଖନନ କାର୍ଯ୍ୟ ଚାଲିଛି । ଛତିଝାର ଗ୍ରାମର ଗାଁ ସାଥି ତଥା ଉକ୍ତ କାର୍ଯ୍ୟର ଠିକାଦାର ଚନ୍ଦନ ମଳିକଙ୍କୁ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେସିବି ମାଲିକ ସୁଜିତ କୁମାର ଦାଶ ଓରଫ ମିଟୁ ହଠାତ୍ ସେଠାରେ ପହଞ୍ଚି ଗାଳିଗୁଳଜ କରିଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନେ ସୁଜିତ ଓରଫ ମିଟୁଙ୍କ ନାମରେ ଟିକାବାଲି ଥାନା ରେ ଅଭିଯୋଗ କରିଥିଲେ । ଥାନାଧିକାରୀ ସୁଜିତ(ମିଟୁ) ଙ୍କୁ ଡକାଇ ଏସଆଇ ଅନିଲ କୁମାର ଦେବତାଙ୍କ ଉପସ୍ଥିତିରେ ଏହାର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିଥିଲେ । ଏ ନେଇ ଟିକାବାଲି ବ୍ଲକ ଜଳଛାୟା ପ୍ରକଳ୍ପର ମୁଖ୍ୟ ବାସୁଦେବ କହଁର ଙ୍କୁ ପଚାରିବାରୁ ସେ ଶ୍ରମିକ ମିଳୁ ନଥିବାରୁ ଜେସିବି ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି ବୋଲି କହିବା ସହ , ସମଗ୍ର ଜିଲ୍ଲାରେ ଏପରି କାମ ହେଉଥିବା କଥା କହି ସଫେଇ ଦେଇଥିଲେ .

LEAVE A REPLY

Please enter your comment!
Please enter your name here