ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି କରିବାକୁ ଦାବୀ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ରେ ଲକ ଡାଉନ୍ ସର୍ଟ ଡାଉନ କଟକଣା ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏଥିରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନେ । ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତରଫରୁ ହେଲ୍ପଲାଇନ ନମ୍ୱର ଜାରି କରିବା ପାଇଁ ଦାବି କରିଛନ୍ତି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ । କରୋନା ର ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଶେଷ କରି ବରିଷ୍ଠ ନାଗରିକ ମାନେ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । କେତେକ ପରିବାର ଆର୍ଥିକ ସମସ୍ୟା ହେତୁ ସେମାନଙ୍କ ଯତ୍ନ ନେଉ ନଥିବା ବେଳେ କେତେକ ସେମାନଙ୍କୁ ବୋଝ ଭାବି ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବରିଷ୍ଠ ନାଗରିକ ମାନେ ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟ କୁ ଯିବା ପାଇଁ ଚାହିଁଲେ ମଧ୍ୟ କରୋନା କଟକଣା ଲାଗି ଚିକିତ୍ସାଳୟ କୁ ଯିବା ସମ୍ଭବପର ହୋଇ ପାରୁନାହିଁ । କଟକଣା ସମୟରେ ପରିବାର ଲୋକେ ମଧ୍ୟ ଚିକିତ୍ସାଳୟ କୁ ନେବା ପାଇଁ ଅମଙ୍ଗ ହେଉଛନ୍ତି । ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଲାଗି ଜିଲ୍ଲାରେ ଅଟୋ ସେବା ପ୍ରଚଳନ କରି ଅଟୋ ଡ୍ରାଇଭର ଫୋନ ନମ୍ବର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ରଖିବା ସହ ଏକ ହେଲ୍ପଲାଇନ ନମ୍ୱର ଜାରି କରାଯିବା ନିମନ୍ତେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକ ନୟାଗଡ଼ ଜିଲ୍ଲାପାଳ ଏବଂ ଏସପି ଙ୍କ ନିକଟରେ ଦାବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *