ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଫକିରପଡା ପଞ୍ଚାୟତ ହେଲା ସାନିଟାଇଜ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ରୋକିବାରେ ସଦର ଉପକଣ୍ଠ ଫକିରପଡା ପଂଚାୟତର ବଜାର, ଅଙ୍ଗନୱାଡି କେନ୍ଦ୍ର, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ବରୁଣେଇ ପାଠାଗାର, ଗ୍ରାମଦେବୀ ମା ବରୁଣେଇ ମନ୍ଦିର ପରିସର ଏବଂ ଆଖପାଖ ଗ୍ରାମ ଆଦି ବହୁ ସ୍ଥାନରେ ବିଶୋଧନ କାର୍ଯ୍ୟ କରାଯାଇଛି । ଏହି ସେଵାକାର୍ଯ୍ୟ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ପରିଷଦର କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ଦାସ, ଗୁରୁଦତ୍ତ ନନ୍ଦ, ପ୍ରଭୁଦତ୍ତ ନନ୍ଦ, ଯଜ୍ଞଦତ୍ତ ନନ୍ଦ, ସାଗର କୁମାର ଭୋଇ, ମଧୁସୂଦନ ମଲ୍ଲିକ, ରାଧେଶ୍ୟାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *