ଯୁବ ବିଜେଡ଼ି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଯୁବ ବିଜେଡ଼ି ପକ୍ଷରୁ ଯୁବ ନେତା ଚିନ୍ମୟ ସାହୁ ଏବଂ ଅଶ୍ୱିନ ସାହୁ ଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତାଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ ଏବଂ ଯୁବ ନେତା ଅଶ୍ୱିନ ସାହୁ ଙ୍କ ନେତୃତ୍ୱରେ ତୁମୁଡ଼ିବନ୍ଧ ଡାକ ବଙ୍ଗଳା ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବର୍ତ୍ତମାନ ସାରା ଦେଶରେ ମହାମାରୀ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟରେ ମଧ୍ୟ କରୋନା କରୋନା ନିଜର କାୟା ମେଲାଇବାରେ ଲାଗିଛି । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଲକ ଡାଉନ, ସଟ୍ ଡାଉନ୍ ଲାଗୁ କରିଛନ୍ତି ସରକାର । ଏଭଳି ସମୟରେ ରାଜ୍ୟରେ ରକ୍ତର ଘୋର ଅଭାବ ଦେଖା ଯାଉଥିବା ବେଳେ ରକ୍ତାଭାବକୁ ଦୂର କରିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଛି । ସାମାଜିକ ଦୂରତା ବଜାୟ ରଖି କୋଭିଡ୍ ନିୟମ ମାନି ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଚକ୍ରମଣୀ କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, କିସ୍ ଅନୁଷ୍ଠାନର ବ୍ଲକ ସଂଯୋଜକ ଦୀପକ ପରାସେଠ୍, ବିଧାୟକ ପ୍ରତିନିଧି ତଥା ବିଜେଡିର ବରିଷ୍ଠ ନେତା ଶ୍ୟାମସୁନ୍ଦର ବଡ଼ସେଠ୍, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ପାତ୍ର, ସରପଞ୍ଚ ମୟନ୍ତୀ ପାଟ୍ଟମାଝୀ, ବ୍ଲକ ସଭାପତି ପ୍ରମୋଦ ସାହୁ, ସଂଜୀବ ବରାଡ଼ ଏବଂ ବିଜେଡିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *