ଗଜପତି (ଆୱାଜ଼ ମିଡ଼ିଆ)- ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ପିତୃମାତୃ ଦିବସ ଅବସରରେ କବି ବିଚିତ୍ରାନନ୍ଦ ବେବର୍ତ୍ତା, ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ (ଗଜପତି)ଙ୍କ ପୌରହିତ୍ୟରେ ଏକ VIRTUAL ସ୍ଵରଚିତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପିତା ମାତା ସୃଷ୍ଟିର ଶ୍ରେଷ୍ଠ ଚଳନ୍ତି ଭଗବାନ, ଏମାନଙ୍କର ବିକଳ୍ପ ନାହିଁ ବୋଲି ଉପସ୍ଥିତ କବି ମାନେ ମତ ଦେଇଥିଲେ । ପିତା ମାତାଙ୍କର ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମେ ତାଙ୍କୁ ଆମର ଜୀବନ ବ୍ୟାପି ସମର୍ପିତ ମନଭାଵ ରଖିବା ଜରୁରୀ।
ଉଚ୍ଚାରଣରେ ନୁହଁ ଆଚରଣରେ ସେମାନଙ୍କ ଯତ୍ନ ନେବା ବିଧେୟ ବୋଲି ମଧ୍ୟ ସମସ୍ତେ ମତ ପୋଷଣ କରିଥିଲେ ।ସମସ୍ତ କବିତା ମାଧ୍ୟମରେ ପରିସ୍ଫୁଟ ହୋଇଥିଲା। ପ୍ରାରମ୍ଭରେ କୁନି ଶିଳ୍ପୀ ସୁଶ୍ରୀ ହର୍ଷିତା ପଟନାୟକ(ଜୟପୁର),ଙ୍କ କଣ୍ଠରେ ଆଵାହ ସଙ୍ଗୀତ ଗାନ ପରେ ଶ୍ରୀ ବେବର୍ତ୍ତାଙ୍କ ସଂଯୋଜନାରେ ୨୦ରୁ ଉର୍ଦ୍ଧ୍ବ ପିତୃ ମାତୃ ସମ୍ବଳିତ କବିତା ପାଠ ହୋଇଥିଲା। ବିନୋଦ ଚନ୍ଦ୍ର ଜେନା, ଭାବଚନ୍ଦ୍ରିକା ଦେବୀ(ଜୟପୁର), ରୂପଶ୍ରୀ ପ୍ରଧାନ(ଭୁବନେଶ୍ୱର), ଲକ୍ଷ୍ମୀନାରାୟଣ ହୋତା(ମାଲକନିଗିରି), ମାଧବୀ ପଣ୍ଡା(କାଶୀନଗର), ଘନଶ୍ୟାମ ଜେନା(ଗୁରାଣ୍ଡି), କଳ୍ପନା ପଟନାୟକ, ବିଜୟକୁମାର ପାଢ଼ୀ (ଭୁବନେଶ୍ୱର), ଭାଗବତ ପାଢ଼ୀ, ଡ଼ାକ୍ତର ମୂର୍ମୁ, ତନୁଜା ଶତପଥୀ, ଦେବଦତ୍ତ ବେବର୍ତ୍ତା, ସ୍ନିଗଧା ମିଶ୍ର, ଅମରେଶ ଶତପଥି, ଗୀତାଞ୍ଜଳି ରଥ, ବିଚିତ୍ରାନନ୍ଦ ବେବର୍ତ୍ତା, ପ୍ରଭୃତି ଏହି କବିତା ଆସରରେ ସ୍ୱରଚିତ କବିତା ପାଠ କରିଥିଲେ।। ଶେଷରେ ତନୁଜା ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।