ବୟାଳିଶ ମୌଜାରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଜନ ସଚେତନତା ଓ ବିଶୋଧନ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କରୋନା ମହାମାରୀର ଦ୍ଵିତୀୟ ଲହର କାୟା ବିସ୍ତାର କରିଥିବା ବେଳେ ଏହାର କବଳରୁ ମାନବ ସମାଜକୁ ରକ୍ଷା କରାଯିବା ନେଇ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ଜନ ସଚେତନତା ପ୍ରଚାର ପତ୍ର ବଣ୍ଟନ, ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତ୍ତା ପ୍ରଚାର, ମାସ୍କ ବଣ୍ଟନ ଏବଂ ବିଶୋଧନ ଦ୍ରବ୍ୟ ସିଞ୍ଚନ ଆଦି ଜରୁରୀ ସେଵା କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜା ଉପକଣ୍ଠ କଳପଡା ଓ କୂଳସରିଚୁଆଁ ପଞ୍ଚାୟତ ର ଭାରଗୋଳ, ଟାଇଁକଣା, ବରାଳ, ଚାନ୍ଦୁଲି ଆଦି ବହୁ ଗ୍ରାମ, ଟାଇଁକଣା ପ୍ରାଥମିକ ବିଦ୍ୟାଳୟ, ବହୁ ମନ୍ଦିର, ବଜାର, ସବୁ ସାହି ଏବଂ ଆଖପାଖ ଅଞ୍ଚଳରେ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ପରାମର୍ଶ କ୍ରମେ ସମାଜସେବୀ ବିଜୟ କୁମାର ନାୟକ, ଅଶୋକ ସାହୁ, ଦେବୀ ପ୍ରସାଦ ପତି, ଦେବାଶିଷ ପରିଡା, ବାବୁନା ଦାସ, ପ୍ରଦୀପ ଦାସ, ଶ୍ରୀମନ୍ତ ସାମଲ, ପ୍ରଶାନ୍ତ କୁମାର ସ୍ୱାଇଁ , ସନ୍ତୋଷ ସ୍ୱାଇଁ, ମଙ୍ଗରାଜ ସେଠୀ, ଶରତ ରାଉଳ, ଗଜେନ୍ଦ୍ର ବେଉରା, ଅନିଲ ମହାପାତ୍ର, ଆଲୋକ ସାହୁ, ରସାନନ୍ଦ ସାହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *