ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଡ୍ରେନେଜ ଅବ୍ୟବସ୍ଥା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ . ସହର ମଧ୍ୟରେ ଡ୍ରେନେଜ ଅବ୍ୟବସ୍ଥା କାରଣରୁ ରାସ୍ତାରେ ଅପରିଷ୍କାର ଜଳ ଭାସିବା ସହ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଥିଲା, କିଛି ଦିନ ତଳେ ସାମାନ୍ୟ ବର୍ଷା ହେବାରୁ ଏହି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହା ଫଳରେ ସହରବାସୀ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଥିଲେ ।
ପ୍ରଶାସନିକ ଅଧିକାରୀ ମାନେ ସହର ବୁଲି ଏହାର ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ଫାୟାର ଷ୍ଟେସନ ଠାରୁ ଡ୍ରେନେଜ କାମ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ତୁରନ୍ତ ପଦକ୍ଷେପ ନେଇଥିବାରୁ ସହରବାସୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ସମସ୍ୟାର ପ୍ରସାରଣ କରି ପ୍ରଶାସନକୁ ଆଲର୍ଟ କରିଥିବା ଗଣମାଧ୍ୟମକୁ ପ୍ରଶଂସା କରିଛନ୍ତି ।