ମନୋଜଙ୍କ କାନଭାସ ତୁଳୀରେ ବିଘ୍ନ ବିନାଶକ

Spread the love

ଆୱାଜ ମିଡ଼ିଆ ( କଟକ ବ୍ୟୁରୋ ) ସଞ୍ଜୟ ଚକ୍ରବର୍ତ୍ତୀ : ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ଚଳିତବର୍ଷ ଗଣେଶ ପୂଜା ନକରିବା ପାଇଁ ନିୟମାବଳୀ ଜାରି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ଧର୍ମ ଅନୁଷ୍ଠାନ ବନ୍ଦ ରହିଛି। କଟକର ଜଣେ ଯୁବ ଚିତ୍ରଶିଳ୍ପୀ ମନୋଜ କୁମାର ବେହେରା ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। କାନଭାସ ଓ ତୁଳୀ ସାହାଯ୍ୟରେ ଜଗନ୍ନାଥଙ୍କ ଚିତ୍ର ମଧ୍ୟରେ ଗଜାନନଙ୍କ ଛବିକୁ ସ୍ଥାପନ କରିଛନ୍ତି। ଭକ୍ତ ମାନଙ୍କ ପାଖରେ ନିଜର ଭାବକୁ କାନଭାସ ଓ ତୁଳୀ ସାହାଯ୍ୟରେ ପ୍ରତିପାଦନ କରିଛନ୍ତି। ଏହି କାଯ୍ୟକ୍ରମରେ ମଙ୍ଗଳାବାଗ ଅଞ୍ଚଳର ମୁରବି ଅଶ୍ୱନି ମହାରଣା,ସୁବାସ ଦାସ,ମୋହିନୀ ମୋହନ ସାମଲ ସମେତ ସମାଜସେବୀ ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଯୁବ ଚିତ୍ରଶିଳ୍ପୀ ମନୋଜଙ୍କୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *