କୁନି ଓଡ଼ିଆ ଝିଅର ଓଡ଼ିଶା ଚିନ୍ତା : ଲଣ୍ଡନରୁ ପଠାଇଲେ ଆର୍ଥିକ ସହାୟତା ।

Spread the love

ନବରଙ୍ଗପୁର ( ଆୱାଜ ମିଡ଼ିଆ ) – ସୁଶାନ୍ତ କୁମାର ଗୌଡ଼ : ଲଣ୍ଡନରେ ରହୁଥିଲେ ମଧ୍ୟ ଓଡିଶା ଚିନ୍ତା । ନବରଙ୍ଗପୁର ଇଛାବତୀଗୁଡା ନିବାସୀ ନିରଞ୍ଜନ ପଟ୍ଟନାୟକଙ୍କ ନାତୁଣୀ ଏବଂ ବିଭୁତି ଭୂଷଣ ପଟନାୟକ ଓ ସ୍ୱାଗତିକା ତ୍ରିପାଠୀଙ୍କ କନ୍ୟା ଅଦ୍ଵିତୀ ପଟ୍ଟନାୟକ ବୟସ ୪ ବର୍ଷ । ଆଖିରେ ମୁଠାଏ ସ୍ୱପ୍ନ । ତା ୨୦.୭.୨୦୨୦ ରିଖ ନିଜର ଜନ୍ମଦିନ ବାପା ମାଆ ସାଙ୍ଗ ସାଥି ଗହଣରେ ଲଣ୍ଡନରେ ପାଳନ କରିଥିଲେ ଏବଂ ଜନ୍ମ ଦିନରେ ଯାହା ଉପହାର ଅର୍ଥ ଆକାରରେ ମିଳିଥିଲା ତାକୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଅଦ୍ଵିତୀଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଜେଜେବାପା ନିରଞ୍ଜନ ପଟନାୟକ ଦାଦା କାହ୍ନୁ ଚରଣ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ ମିଶ୍ରଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି କୁ ୨୧୦୦୦/- ଟଙ୍କା ପ୍ରଦାନ କରିଥିଲେ । ଏହି ସମୟରେ ଲଣ୍ଡନରେ ରହୁଥିବା ଅଦ୍ଵିତୀଙ୍କ ସହିତ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଫୋନ ଯୋଗେ କଥାହୋଇ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଶୁଭ ଆଶିଷ କାମନା କରିଥିଲେ । କୁନି ଝିଅ ହେଲେ ମଧ୍ୟ ଓଡିଶା ପ୍ରତି ତାଙ୍କର ମମତା ଓ ତାଙ୍କର ସ୍ନେହ ସମସ୍ତ ପାଇଁ ଉଦାହରଣ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *