ନବରଙ୍ଗପୁର ( ଆୱାଜ ମିଡ଼ିଆ ) – ସୁଶାନ୍ତ କୁମାର ଗୌଡ଼ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମହୁଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା . ଵିଵାହର ପ୍ରଲୋଭନ ଦେଖାଇ ଜଣେ ନାବାଳିକାକୁ ଯୌନ ଶୋଷଣ ଓ ପରେ ପ୍ରତାରଣାର ସାଙ୍ଘାତିକ ଅଭିଯୋଗ ଆସିଅଛି . ଗତ ମାସ 27 ତାରିଖ ଦିନ ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାପଡାହାଣ୍ଡି ପୋଲିସର ହାତ ଖାଲି . ଅଭିଯୁକ୍ତ ଖୁଲାମ ଖୁଲା ବୁଲୁଥିଲେ ସୁଦ୍ଧା ପୋଲିସ କୋଣସି କର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାର ଅଭିଯୋଗ ଆଣି ଆଜି ନବରଙ୍ଗପୁର ଏସପି କାର୍ଯ୍ୟଳୟକୁ ଆସିଥିଲେ ପିଡୀତାଙ୍କ ପରିବାର ଲୋକେ . ତେବେ କରୋନା କଟକଣା ପାଇଁ ଏସପି ଙ୍କ ସହ ଦେଖା ହୋଇପାରିଲା ନାହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି . ତେବେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ଦରଖାସ୍ତ ପକାଇଥିବା କଥା କହିଛନ୍ତି . ଘଟଣା ପରେ ଗ୍ରାମସଭା ଡକାଯାଇ ମାମଲାର ସମାଧାନ ପାଇଁ ଉଦ୍ୟମ କରାଯାଇ ଥିଲେବି ଅଭିଯୁକ୍ତ ସେଠାକୁ ନଆସି ଫୋନ ମାଧ୍ୟମରେ ଝିଅ ସହିତ କୌଣସି ସମ୍ପର୍କ ନାହିଁ ଓ ଝିଅକୁ ଜାଣିନାହିଁ ବୋଲି କହିଥିଲା . ଘଟଣାକୁ ଦୀର୍ଘ ପଚିଶ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ପୋଲିସ ଗୋଟିଏ ଦିନ ମଧ୍ୟ ତଦନ୍ତ ପାଇଁ ଗ୍ରାମ ଯାଇନାହିଁ ବୋଲି ପୀଡିତାର ବାପା କହିଛନ୍ତି . ତେବେ ଘଟଣାର ଅଭିଯୁକ୍ତ ଲାଲୁ ହରିଜନକୁ ଶୀଘ୍ର ଗିରଫ କରାନଯାଏ ତେବେ ପରିବାର ର ସମସ୍ତ ସଦସ୍ୟ ଏସ ପିଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବୁ ବୋଲି ପିଡୀତାଙ୍କ ବାପା ପ୍ରକାଶ କରିଛନ୍ତି .