ଗଜପତି ଜିଲ୍ଲାରେ ବିଭିନ୍ନ ବିଭାଗର ପଦବୀ ଖାଲି : ଦାୟିତ୍ଵ ତୁଲାଉଛନ୍ତି ଅନ୍ୟ ଅଧିକାରୀ

0
271

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ବିଭିନ୍ନ ବିଭାଗର ପଦାଧିକାରୀ ଖାଲି ପଡିଥିବା ବେଳେ ଅନ୍ୟ ପଦାଧିକାରୀ ଏହି ଦାୟିତ୍ଵ ତୁଲାଉଥିବା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ପାହାଡ଼ ପର୍ବତ ଘେରାରେ ଅବସ୍ଥିତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାରେ ଲୋକଙ୍କ ଜୀବନ ଜୀବିକା କହିଲେ ମୁଖ୍ୟତଃ କୃଷି ଉପରେ ନିର୍ଭର କରିଥାନ୍ତି। କିନ୍ତୁ କୃଷି ବିଭାଗର ମୁଖ୍ୟ କୃଷି ଅଧିକାରୀ ପଦବୀ କିଛି ଦିନ ହେଲା ଖାଲି ପଡ଼ିଛି । କୃଷି ଅଧିକାରୀ ଏହି ଦାୟିତ୍ୱ ତୁଲାଇବା ସହ ଉଦୟଗିରି ଓ ପାଳାଖେମୁଣ୍ଡି କୃଷି ଅଧିକାରୀଙ୍କ ଦାୟିତ୍ୱ ତୁଲାଉଛନ୍ତି । କେବଳ ଏତିକି ନୁହେଁ କୃଷି କ୍ଷେତ୍ର କର୍ମଚାରୀ ପଦବୀମଧ୍ୟ ଖାଲି ପଡ଼ିଛି । ଯାହା ଫଳରେ ଚାଷୀ ମାନେ କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରଣୟନ କରୁଥିବାବିଭିନ୍ନ ଯୋଜନା ମାନ ଜାଣିପାରୁ ନାହାଁନ୍ତି । ଯାହା ଦ୍ୱାରା ଚାଷୀ ର ବିକାଶ ପଥରେ ବାଧା ଉପୁଜୁଛି । ସେହିଭଳି ଉଦ୍ୟାନ ବିଭାଗରେ ବିଭିନ୍ନ କ୍ଷେତ୍ର କର୍ମଚାରୀ ପଦବୀ ଖାଲି ରହିଥିବାର ଦେଖା ଦେଇଛି । ଏହାସହ ଆଞ୍ଚଳିକ ପରିବହନ ବିଭାଗରେ ଆଞ୍ଚଳିକ ପରିବହନ ଅଧିକାରୀ ପଦବୀ ଖାଲି ପଡ଼ି ଥିବାବେଳେ ଏହାର ଦାୟିତ୍ଵ ତୁଲାଉଛନ୍ତି ଉପ-ଜିଲ୍ଲାପାଳ । ସେହିଭଳି ଜିଲ୍ଲାରେ ସଂସ୍କୃତି ଅଧିକାରୀ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଦାୟିତ୍ୱ ତୁଲାଉଛନ୍ତି । ଯଦି ଜିଲ୍ଲାରେ ବିଭିନ୍ନ ବିଭାଗ ର ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଛି ତାହା ହେଲେ ଜିଲ୍ଲାରେ ଉନ୍ନୟନମୂଳକ କାର୍ଯ୍ୟ କିପରି ହେଉଥିବ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

LEAVE A REPLY

Please enter your comment!
Please enter your name here