ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ରେ ଆନ୍ଧ୍ର ବିହନ ପ୍ରଚୁର ବିକ୍ରି ! ଧାନ କ୍ରୟ କରିଲେ ଚାଷୀଙ୍କୁ ମିଳୁନି ମନି ରିସିପ୍ଟ , କୃଷି ବିଭାଗ ଘୋର ନିଦ୍ରାରେ । ଗଜପତି ଜିଲ୍ଲାରେ ବର୍ତ୍ତମାନ ଖରିଫ ଧାନ ଚାଷ ସକାଶେ ଚାଷୀ ଧାନ ବିହନ କ୍ରୟ ଆରମ୍ଭ କଲାଣି ! ପୁଣି ଧାନ ବିହନ ଆନ୍ଧ୍ର ର , ଜିଲ୍ଲାରେ ବହୁଳ ଧାନ ଚାଷ ଗୁମା, କାଶୀନଗର, ଗୋସାଣୀ ରେ ହୋଇଥାଏ ! ଚାଷୀ ବହୁଳ ଭାବରେ ଆନ୍ଧ୍ର ବିହନ କ୍ରୟ କରୁଛନ୍ତି , ସହର ର ବିଭିନ୍ନ ଫଟିଲାଇଜର ଦୋକାନ ଏବଂ ଡିଲର ଆନ୍ଧ୍ର ବିହନ ଟ୍ରକ୍ ଟ୍ରକ୍ ଆଣି ଚଢା ଦରରେ ବିକ୍ରି କରୁଛନ୍ତି ! କିନ୍ତୁ ଚାଷୀ ଙ୍କୁ ମନି ରିସିପ୍ଟ ଦିଆ ଯାଉନାହିଁ । ଯାହା ଫଳରେ ଚାଷୀ ଧାନ କ୍ରୟ କରିବା ପରେ ବିହନ ଅସୁବିଧା ହେଲେ କାହାକୁ ଗୁହାରି କରିବାକୁ ଉପାୟ ନାହିଁ ! କୃଷି ବିଭାଗ ଏହି ବିଷୟ ରେ ଚାଷୀଙ୍କୁ ସଚେତନ କରିବା କଥା , କୃଷି ବିଭାଗ ସବୁ ଜାଣି ଚୁପ୍ ବସିଛି । ଏପରିକି ବିଭାଗ କୁ ଅବଗତ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !
ଗଜପତି ରେ ଆନ୍ଧ୍ର ବିହନ ପ୍ରଚୁର ବିକ୍ରି !!!

