ବାଙ୍କୀ ଏନଏସି କାର୍ଯ୍ୟାଳୟ ସଟ-ଡାଉନ

0
873

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନଏସି କାର୍ଯ୍ୟାଳୟର ତିନି ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏନଏସି କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ସଟ-ଡାଉନ ଘୋଷଣା କରାଯାଇଛି . ସୂଚନାଯୋଗ୍ୟ ଯେ , ଆଗରୁ ଏନଏସିର ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ . ଗତ କାଲି ଆଉ ପାଞ୍ଚଜଣ କର୍ମଚାରୀ କୋଭିଡ ପରୀକ୍ଷା କରିଥିଲେ, ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ପଜିଟିଭ ରିପୋର୍ଟ ଆସିବା ପରେ କାର୍ଯ୍ୟାଳୟକୁ 48 ଘଣ୍ଟା ପାଇଁ ସଟ-ଡାଉନ କରାଯାଇଛି . ସାମୁହିକ ସ୍ୱାସ୍ଥ୍ୟ କଟକଣାକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କାର୍ଯ୍ୟାଳୟର ଅଧିକାରୀ ପ୍ରକାଶ କରିଛନ୍ତି .

LEAVE A REPLY

Please enter your comment!
Please enter your name here