ସଂଶୋଧିତ ପାଠ୍ୟ ଖସଡ଼ା ଆଧାରରେ ପ୍ରକାଶ ପାଇଲା ଓଷ୍ଟା ଦଶମ ଶ୍ରେଣୀ ଟେଷ୍ଟ ପେପର୍ସ ।

Spread the love

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ୨୦୨୧ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂଶୋଧିତ ପାଠ୍ୟ ଖସଡ଼ା ଅନୁଯାୟୀ ଓଷ୍ଟା ଟେଷ୍ଟ ପେପର୍ସ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି। କରୋନା ଜନିତ କଟକଣା ସମୟରେ ବିଦ୍ୟାଳୟ ସବୁବନ୍ଦ ଥିବା ହେତୁ ପିଲାମାନଙ୍କ ପାଠପଢାକୁ ସୁନିଶ୍ଚିତ କରିବା ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ଜରୀଆରେ ଓଡିଶା ମଧାମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଏକ ଜୀବନ୍ତ ଶିକ୍ଷାଦାନ ବ୍ୟବସ୍ଥା ହାତକୁ ନେଇଛି ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚଳିତବର୍ଷ ମହାମାରୀ କରୋନାର ଭୟାବହତା ପାଇଁ ବିଦ୍ୟାଳୟ ସବୁବନ୍ଦ ଅଛି। ଜନସାଧାରଣଙ୍କ କରୋନା ଜନିତ ଆର୍ଥିକ ଦୁସ୍ଥିତିକୁ ଲକ୍ଷକରି ଓଷ୍ଟା ଦ୍ୱାରା ପ୍ରକାଶିତ ଏହି ପୁସ୍ତକକୁ ସୁଲଭ ଦରରେ ଯୋଗାଇ ଦେବାପାଇଁ ଓଷ୍ଟା କାର୍ଯ୍ୟକାରୀ କମିଟି ନିଷ୍ପତି ନେଇଛି । ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ଓଷ୍ଟାର ଏହି କାର୍ଯ୍ୟକ୍ରମକୁ ଅଧିକ ସଂପ୍ରସାରିତ କରିବା ନିମନ୍ତେ ସହଯୋଗର ହାତ ବଢାଇବାରୁ ଓଷ୍ଟାର ନେତୃତ୍ୱ ସର୍ବଶ୍ରୀ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଂଜନ କୁମାର ଦାସ, ଅଶୋକ କୁମାର ମହାପାତ୍ର ଓ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଜନସାଧରଣଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *