ଗଜପତି (ଆୱାଜ ମିଡ଼ିଆ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ଙ୍କ 70ତମ ଜନ୍ମ ଦିନରେ ଏକ ରକ୍ତଦାନ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି . ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ତତ୍ୱାବଧାନରେ ଓ ବିଜେପି ମୋର୍ଚ୍ଚାର ସହଯୋଗରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂର୍ବତନ ପୌର।ଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ, ଜମାଦାର ପଟ୍ଟନାୟକ, ବାବୁନା ବେହେରା, ଜଗନ୍ନାଥ ମହାପାତ୍ର, ତ୍ରିପତି ନାୟକ ପ୍ରମୁଖ ଭାଜପା କାର୍ଯ୍ୟକର୍ତ୍ତା . ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ CDMO,ADMO ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସ।ହିତ କରିଥିଲେ।