ନବରଙ୍ଗପୁରରେ ରାଜ୍ୟ ସାମ୍ବାଦିକ ୟୁନିଅନ (ଏସ ୟୁ ଜେ) ର ଜିଲ୍ଲା ସ୍ତରୀୟ ବୈଠକ !

0
405

ନବରଙ୍ଗପୁର (ଆୱାଜ ମିଡ଼ିଆ ) – ସୁଶାନ୍ତ କୁମାର ଗୌଡ଼ : ନବରଙ୍ଗପୁର ଜିଲ୍ଲାରେ ଗଠିତ ହେଲା ନୂତନ ସାମ୍ବାଦିକ ସଂଘ । (ଏସ ୟୁ ଜେ) ନାମରେ ନାମିତ ଏହି ନୂତନ ସାମ୍ବାଦିକ ୟୁନିଅନର ବୈଠକ ପାପଡାହାଣ୍ଡି ଠାରେ ଆୟୋଜନ କରାଯାଇଥିଲା । ଜିଲ୍ଲାରେ କାର୍ଯ୍ୟରତ ସମସ୍ଥ ଗଣମାଧ୍ୟମ ପ୍ରତିନିଧିମାନେ ଏକତ୍ରିତ ହୋଇ ପାପଡାହାଣ୍ଡି ଠାରେ ୟୁନିଅନର ଶୁଭାରମ୍ଭ କରିଥିଲେ .
ଏସୟୁଜେ ରାଜ୍ୟ ସଭାପତି ଅଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର କୋଣ ଅନୁକୋଣ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଶ୍ରୀ ସାହୁ , ସାମ୍ବାଦିକ ମାନେ କିପରି ସୁରକ୍ଷିତ ରହିବେ ଓ ଜୀବନ ବୀମା ଏବଂ ପେନସନ ପାଇବାକୁ ନେଇ ସରକାରଙ୍କୁ ଦୃଷ୍ଟି ଆକର୍ଷଣ ପାଇଁ ଆଲୋଚନା କରିଥିଲେ ।। ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲାରେ ଆମର ଏହି ସଂଗଠନ ସକ୍ରିୟ ଥିବା ବେଳେ 2500 ରୁ ଉର୍ଦ୍ଧ ସାମ୍ବାଦିକ ଭାଈ ଭଉଣୀ ଏଥିରେ ସକ୍ରିୟ ସଦସ୍ୟ ରହିଛନ୍ତି . ସେମାନଙ୍କର ସୁରକ୍ଷା ପାଇଁ ଏସୟୁଜେ ବିପଦର ବନ୍ଧୁ ହୋଇ ଛିଡା ହେବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି | ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି , ସାମ୍ବାଦିକ ସୁରକ୍ଷା ପାଇଁ ଏସୟୁଜେ ସଂଗଠନ ଗଠିତ ହୋଇଛି | ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପର୍ଯ୍ୟନ୍ତ ଏସୟୁଜେ ସଂଗ୍ରାମ ଜାରି ରଖିବ | କେବଳ ସାମ୍ବାଦିକ ସୁରକ୍ଷା ସହିତ ନବାଗତ ସାମ୍ବାଦିକଙ୍କୁ ତାଲିମ ଓ ସେମିନାର ମାଧ୍ୟମରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵ ଦିଆଯିବ | ଏଣୁ ସଂଗଠନ କୁ ସୁଦୃଢ କରି ଜିଲାର ବିକାଶର ସାଥି ହେବାକୁ ରାଜ୍ୟ ସଭାପତି ଅଜୟ ସାହୁ ସାମ୍ବାଦିକ ମାନଙ୍କୁ ଆହ୍ଵାନ ଦେଇଥିଲେ | ସେହିଭଳି ଉପ-ସଭାପତି କିର୍ତ୍ତୀ ଚନ୍ଦ୍ର ସାହୁ ନବାଗତ ସାମ୍ବାଦିକ ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵ ଦେବା ସହ ଖବର ପ୍ରକାଶର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ | ସେହିଭଳି ଗଞ୍ଜାମ ଜିଲାର ବରିଷ୍ଠ ସାମ୍ବାଦିକ ତଥା ଏସୟୁଜେର ରାଜ୍ୟ କୋଷାଧ୍ୟକ୍ଷ ବାଳକୃଷ୍ଣ ପଟ୍ଟନାୟକ ସାମ୍ବାଦିକଙ୍କ ବିଭିନ୍ନ ଅଧିକାର ପାଇଁ ସଂଗଠନ ଗଠନ କରାଯାଇଛି ବୋଲି କହିଥିଲେ | ଏହି ବୈଠକରେ ଏସୟୁଜେ ନବରଙ୍ଗପୁର ଜିଲ୍ଲା ଶାଖାର ସଭାପତି ଭାବେ ବିଭୁତି ପ୍ରସାଦ ପଣ୍ଡାଙ୍କୁ ମନୋନୀତ କରାଯିବା ସହ ଉପସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଚୟନ କରାଯାଇଥିଲା | ବୈଠକରେ ସାମ୍ବାଦିକ ଧୀରେନ ପଣ୍ଡା, ରାମ କିରଣ ପଟ୍ଟନାୟକ, ପ୍ରଜ୍ଞାରଞ୍ଜନ ପରିଡା, ଅଶୋକ କୁମାର ସାହୁଙ୍କ ସମେତ ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ | ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ ସାମାଜିକ ଦୁରତା ନିୟମ ପାଳନ ତଥା ସାନିଟାଇଜର ଓ ମାସ୍କ ବ୍ୟବହାରକୁ ଗୁରୁତ୍ଵ ଦେଇ ବୈଠକ ଅନୁଷ୍ଠିତ ହୋଇଥିଲା |

LEAVE A REPLY

Please enter your comment!
Please enter your name here