ଆସୁଛି ପାର୍ବଣ : ହସୁଛି କାଶତଣ୍ଡି

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶରତଋତୁ ଆସିଲେ କାଶତଣ୍ଡିର ସଂମ୍ବାର ଦେଖିବାକୁ ମିଳେ । ରାସ୍ତା କଡ଼ଠାରୁ ଆରମ୍ଭ କରି ଚାଷଜମି ନଇପଠା ଯାଏଁ ସବୁଠି ଦୋହଲୁଥାଏ କାଶତଣ୍ଡୀ । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡିର ସମ୍ଭାର , ମଳୟ ପବନରେ ପ।ର୍ବଣ ୠତୁର ବାସ୍ନା ବାରି ହୋଇଗଲାଣି । ମାଆଙ୍କ ଆଗମନରେ ଧୋବ ଫରଫର ଚାଦର ଧରା ଶୋଭା ମଣ୍ଡନ କରିଛି କାଶତଣ୍ଡି । କାଶତଣ୍ଡି ଫୁଲର ଚାମର ସଂସ୍ପର୍ଶରେ ମାଆ ଦୁର୍ଗା ଅବତରଣ କରୁଥିବା ଆମ ସମାଜରେ ଲୋକ କଥା ରହିଛି । ସତେ ଯେପରି ମର୍ତ୍ତ୍ୟ ଧାମକୁ ମାଆ ଙ୍କ ଆଗମନ ପାଇଁ ପ୍ରକୃତି ରାଣୀ କାଶ ତଣ୍ଡି ଫୁଲରେ ସଜେଇ ହୋଇଛି। ରାସ୍ତାରେ ଯାଉଥିବା ପଥିକଟି ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା କାଶତଣ୍ଡିର ଅପୂର୍ବ ସୌନ୍ଦର୍ଯ୍ୟକୁ ଦେଖି କ୍ଷଣକ ପାଇଁ ଅଟକି ରହି ତାର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାଏ। ଧାନବିଲରେ ଧରଣୀ ରାଣୀ ସବୁଜ ବନାନୀ ଓ କାଶ ତଣ୍ଡି ଫୁଲ ମାଆଙ୍କ ଆଗମନକୁ ଚାହିଁ ରହି ଥାଏ। ପବନର ଲହରିରେ ଦୋହଲି ସତେ ଯେପରି ଖିଲି ଖିଲି ହସୁଥାଏ । ସକାଳ ଓ ସନ୍ଧ୍ୟାର ସୂର୍ଯ୍ୟ କିରଣର ଅଲୋକରେ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । କବି ହେଉ ବା ଲେଖକ କାଶତଣ୍ଡିର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ଉତଫୁଲିତ ହୋଇ କଲମରୁ ଝରି ପଡେ ଅନେକ କବିତା ।

Leave a Reply

Your email address will not be published. Required fields are marked *