3ଦଫା ଦାବୀ ନେଇ ଏସ.ୟୁ.ସି.ଆଇ. ର ବିକ୍ଷୋଭ !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସମଗ୍ର ଦେଶ କରୋନା ମହାମାରୀ କୁ ନେଇ ଅଣନିଶ୍ୱାସୀ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ବିରୁଦ୍ଧରେ ସ୍ୱର ଉଠାଇଛି ଏସ.ୟୁ.ସି.ଆଇ.। 3ଦଫା ଦାବୀ ନେଇ ଆଜି ଏସ.ୟୁ.ସି.ଆଇ ପକ୍ଷରୁ କଟକ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନାର କାରୁଣ୍ୟ ରେ ସାଧାରଣ ଲୋକ ଜନ୍ତି ହେଉଥିବା ବେଳେ ଏହାର ସୁଯୋଗରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଜନ ବିରୋଧୀ ପଦକ୍ଷେପ ନେଇ ଚାଲିଛନ୍ତି । ଚାଷୀ ବିରୋଧୀ କଳା ଆଇନ, ନିତ୍ୟ ପ୍ରୟୋଜନୀୟ ସାମଗ୍ରୀ ର ଦର ବୃଦ୍ଧି ତଥା ଆସନ୍ତା ମାସ ରୁ ବିଜୁଳି ଶୁଳ୍କ ବୃଦ୍ଧିକୁ ବାତିଲ କରିବା ପାଇଁ ଦାବୀ ହେବା ସହ ସମଗ୍ର ଦେଶର ସମ୍ପତ୍ତିକୁ ସରକାର ଏକ ଚାଟିଆ ହୋଇ ପୁଞ୍ଜିପତି ଙ୍କୁ ଟେକି ଦେଇ ସାଧାରଣ ଲୋକଙ୍କ ସହ ଖେଳ ଖେଲୁଛନ୍ତି ବୋଲି ଏସ ୟୁ ସି ଆଇ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି

Leave a Reply

Your email address will not be published. Required fields are marked *