ଧାରଣାରେ କୋଭିଡ ଯୋଦ୍ଧା।

0
178

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲାରେ ଗତ ଅଗଷ୍ଟ ୨୦ ତାରିଖରେ ନିଯୁକ୍ତି ପାଇଥିବା କୋଭିଡ ଏ.ଏନ.ଏମ. ଯୋଦ୍ଧା ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ । ସୂଚନା ଅନୁସାରେ ଗତ ଅଗଷ୍ଟ ୧୮ ତାରିଖରେ ଜିଲ୍ଲା ମେଡ଼ିକାଲ ଅଫିସ ପକ୍ଷରୁ ୩୧୧ଟି ଏ.ଏନ.ଏମ. ପୋଷ୍ଟ ଜିଲ୍ଲାର ୧୦ଟି ବ୍ଲକ ପାଇଁ ଦୈନିକ ୮୫୦ ଟଙ୍କାରେ ୩ ମାସ ପାଇଁ ଚୁକ୍ତି କରିଥିଲେ । ହେଲେ ଗୋଟେ ମାସ ନ ପୁରୁଣୁ ବିନା କୌଣସି ଦରମା ନଦେଇ ସେମାନଙ୍କୁ କାର୍ଯ୍ୟରୁ ବାହାର କରିଦେଇଛନ୍ତି । ଫଳରେ ସମସ୍ତ ୩୧୧ ଏ. ଏନ. ଏମ. କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ପୁନଃ ନିଯୁକ୍ତି ଦାବି କରି ଧାରଣା ଦେଇଥିଲେ । ଅନ୍ୟପଟେ ଜିଲ୍ଲାପାଳ ସେମାନଙ୍କ ସହ ଆଲୋଚନା କରିବା ପରେ ଧାରଣାରୁ ହଟିଛନ୍ତି ଏ.ଏନ.ଏମ. କର୍ମଚାରୀ । ଆସନ୍ତାକାଲି କିମ୍ବା ସୋମବାର ସୁଦ୍ଧା ସମସ୍ୟାର ସମାଧାନ ସେ ମଙ୍ଗଳବାର ଠାରୁ ଏ.ଏନ.ଏମ. ଙ୍କ ପାଇଁ କିଛି ନୂତନ ନିୟମ ଏବଂ ଦାୟିତ୍ୱ ବିଷୟରେ ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here