ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲାରେ ଗତ ୨୨ ତାରିଖରେ ଚଣ୍ଡୀଖୋଲେ ଠାରେ ନବ ନିର୍ମାଣ କୃଷକ ସଂଘଠନ ପକ୍ଷରୁ କରାଯାଇଥିବା ଚାଷୀ ସତ୍ୟାଗ୍ରହ ପରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋଡ଼ ଆଜି କୃଷକ ମାନଙ୍କ ସହ ଏକ ବୈଠକ ଡାକିଥିଲେ । ଚାଷୀମାନଙ୍କ ପ୍ରମୁଖ ୧୫ଟି ଦାବୀ ଉପରେ ଆଲୋଚନା କରାଯାଇଥିଲା । ନବନିର୍ମାଣ କୃଷକ ସଂଘଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ କହିବାନୁଯାୟୀ ନୂତନ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ କେତେକାଂଶରେ ଖୁସିଥିବା ବେଳେ ଏହା କେତେ ପରିମାଣରେ କାର୍ଯ୍ୟକାରୀ ହେବ ତାକୁ ଅପେକ୍ଷା, ନଚେତ ପୁନର୍ବାର ସଂଘଠନ ରାଜରାସ୍ତାକୁ ଓଲ୍ହାଇବ । ସେପଟେ କୃଷକ ମାନଙ୍କ ସହ ଆଲୋଚନା ଖୁବ ଭଲ ରହିଲା, ଯେଉଁ ସମସ୍ୟାର ସମାଧାନ ତାଙ୍କ ଦ୍ୱାରା ହୋଇପାରିଲା ତାହା ସମାଧାନ କରାଗଲା । ଅନ୍ୟଯାହା ସବୁ ସମସ୍ୟା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।