ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ପାଇଁ ଖୁସି ଖବର। ଜିଲ୍ଲାରେ ଖୋଲିବ ପୋଷ୍ଟାଲ ଡିଭିଜନ ଅଫିସ । ପୁରୀ ଡିଭିଜନରୁ ଅଲଗା ହୋଇ ସ୍ବତନ୍ତ୍ର ଭାବେ ନୟାଗଡ଼ ରେ କାର୍ଯ୍ୟ କାରି ହେବାପାଇଁ ବହୁ ବର୍ଷର ଦାବି ପୁରଣ ହୋଇଛି । ଏ ସମ୍ପର୍କରେ ରୋଟାରୀ ଭବନ ଠାରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରମୋଦ ପଟ୍ଟନାୟକଙ୍କ ଆବାହକତ୍ବରେ ଏକ ସର୍ବଦଳୀୟ ବୈଠକ ଡକାଯାଇ ଏହା ନୟାଗଡ଼ ବାସୀଙ୍କ ନୈତିକ ବିଜୟ ହୋଇଥିବା ମତପ୍ରକାଶ ପାଇଥିଲା । ଶେଷରେ ସାଂସଦ , ଜିଲ୍ଲାର ସମସ୍ତ ବିଧାୟକ , ରାଜ୍ୟ ସରକାର ଓ କେନ୍ଦ୍ର ସରକାର, ବିଭାଗୀୟ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ ପୋଷ୍ଟାଲ ଡିଭିଜନକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବାପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ କ୍ରିୟାନୁଷ୍ଠାନ କମିଟି ନୟାଗଡ଼ ଜିଲ୍ଲା ବାସୀ ଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି।