ଗଜପତିରେ ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆଉ ପଚିଶ କରୋନା ପଜିଟିଭ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ପୁଣି 25ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ଜିଲ୍ଲାର ଗୋଶାଣୀ ବ୍ଳକରୁ 3 ଜଣ, ପାରଳା ପୌର ପରିଷଦରୁ 7 ଜଣ, ନୂଆଗଡ଼ ବ୍ଳକରୁ 3 ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ 3 ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀ ନଗର ବ୍ଲକରୁ 4ଜଣ, ଆର.ଉଦୟଗିରି ବ୍ଳକରୁ 3 ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ଥିବାର ସୂଚନା ମିଳିଛି । ଚିହ୍ନଟ ଆକ୍ରାନ୍ତ ମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ହୋମ ଆଇଶୋଲେସନରେ ଥିବା ସମୟରେ ଅନ୍ୟ ମାନଙ୍କୁ କୋଭିଡ଼ ହସ୍ପିଟାଲ / କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି .

Leave a Reply

Your email address will not be published. Required fields are marked *