କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ସୋସିଆଲ ମିଡିଆରେ ପାଟକୁରା ବିଧାୟିକାଙ୍କ ଚିଠି ଭାଇରଲ ପରେ ଦେଖାଦେଇଛି ବିବାଦ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ BDO ଏବଂ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ମଧ୍ୟରେ ଅସନ୍ତୋଷ ଘଟଣା ସୋସିଆଲ ମିଡିଆ ରେ ଚର୍ଚା ହେବା ସହ ୩ ମାସରୁ ଉର୍ଦ୍ଧ ପୁରୁଣା ଏକ ଚିଠି ଭାଇରାଲ୍ ହୋଇଥିଲା । ଏହାକୁ ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡା ଖଣ୍ଡନ କରିଥିବା ସହ ଉକ୍ତ ଚିଠିରେ ଗରଦପୁର ବ୍ଲକ ପାଇଁ ଜଣେ ଅଭିଜ୍ଞ ଓଏଏସ୍ ଅଫିସର ଦରକାର ବୋଲି ପାଟକୁରା ବିଧାୟିକା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିକଟକୁ ଲେଖିଥିବା କଥା କହିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀ ଘଟଣାକୁ ଅତିରଞ୍ଜିତ କରିବା ସହ ମନ୍ଦ ରାଜନୈତିକ ଉଦ୍ଧେଶ୍ୟ ନେଇ ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ପ୍ରତି ଅଭିଯୋଗ କରିଛନ୍ତି ବ୍ଲକ୍ ବିଜେଡ଼ି ସଭାପତି । ପାଟକୁରାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି । ଏବଂ ପାଟକୁରାର ଶତ୍ରୁ ମାନଙ୍କୁ ଉଚିତ ସମୟରେ ଏହାର କଡ଼ା ରାଜନୈତିକ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀ ପରିଡା । ଅନ୍ୟପକ୍ଷରେ ଗରଦପୁର BDO ମଧ୍ୟ ଘଟଣାକୁ ଅସ୍ୱୀକାର କରିବା ସହ ବିଧାୟିକାଙ୍କ ସହ ତାଙ୍କର କୌଣସି ମନୋମାଳିନ୍ୟ କିମ୍ବା ମତ ପାର୍ଥକ୍ୟ ନ ଥିବା କହିଛନ୍ତି ।