ଗଜପତି ଜିଲ୍ଲା ପଶୁଚିକିତ୍ସା ବିଭାଗରେ ଖାଲି ପଡ଼ିଛି ବିଭିନ୍ନ ପଦଵୀ !!

0
315
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପଶୁଚିକିତ୍ସା ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀକୁ ନେଇ ସାଧାରଣରେ ଦେଖାଦେଇଛି ଅସନ୍ତୋଷ। ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଓ ପାହାଡ଼ ପର୍ବତଘେରା ଅଂଚଳ। ଏଠାରେ ମୁଖ୍ୟତଃ 70 ପ୍ରତିଶତ ଲୋକ କୃଷି ଏବଂ ପଶୁ ପାଳନ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ନିକଟରେ ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ ଦେଖାଦେଇଛି କର୍ମଚାରୀଙ୍କ ଅଭାଵ । ଗଜପତି ଜିଲ୍ଲାରେ ପଶୁ ଚିକିତ୍ସା ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଫିସ କର୍ମଚାରୀ ସମୁଦାୟ 139 ପଦବୀ ରହିଛି । କିନ୍ତୁ ଅଛନ୍ତି ମାତ୍ର 79 ଜଣ କର୍ମଚାରୀ । ଏବେ ବି ଆହୁରି 60 ଜଣ କର୍ମଚାରୀ ପଦବୀ ଖାଲି ପଡ଼ିରହିଛି । ଏସ ଡି ଭି ଓ, ଏଡି ଭି ଓ ପଦବୀ , ବି ଭି ଓ 2 ଗୋଟି ପଦବୀ, ,ଭି ଏସ 2 ଗୋଟି ପଦବୀ, ଏ ଭି ଏସ 4 ଗୋଟି, ନୋଡାଲ ଅଫିସର ଗୋଟିଏ, ଡି ଡି ଏଲ ଇଂନଚାର୍ଜ ଗୋଟିଏ, ଭି ଏସ ଏ ଏସ ଗୋଟିଏ ପଦବୀ ଖାଲି ପଡିଛି । ସେହିପରି କୋ-ଅପରେଟିଭ ଇନଚାର୍ଜ ଗୋଟିଏ, ସେକ୍ସସନ ଅଫିସର, ସିନିୟର ଆସିଷ୍ଟାଣ୍ଡ ଗୋଟିଏ, ଏ ଏସ ଓ ଗୋଟିଏ ପଦବୀ, ଏଲ ଆଇ 33 ପଦବୀ, ପିଅନ 7ଜଣ ଏବଂ ଚୌକିଦାର ପଦବୀ 3 ଟି ଖାଲି ପଡି ରହିଛି । ଜିଲ୍ଲାରେ ଏତେ ସଂଖ୍ୟକ ପଦବୀ ଖାଲି ପଡି ଥିବା ବେଳେ ପଶୁସଂପଦର ବିକାଶ କିପରି ହେଉଥିବ ତାହା ସହଜରେ ଅନୁମେୟ ।

LEAVE A REPLY

Please enter your comment!
Please enter your name here