ସୁନା ଦୋକାନିକୁ ଆକ୍ରମଣ କରି ଅଳଙ୍କାର ଲୁଟ !!!

0
260

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବ୍ରହ୍ମବରଦାର ସୁନା ବ୍ୟବସାୟୀ ମହେଶ୍ଵର ସାହୁଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରି ସୁନା ଗହଣା ଲୁଟ କରିଥିବାର ଅଭିଯୋଗ ହୋଇଛି . ସୂଚନା ଅନୁଯାୟୀ ସୁନା ଦୋକାନୀ ମହେଶ୍ୱର ସାହୁ ନିଜ ଦୋକାନ ବନ୍ଦ କରି ସୁନାଗହଣା ନେଇ ନିଜ ସ୍କୁଟିରେ ବନ୍ଧଡିହସ୍ଥିତ ଘରକୁ ଯାଉଥିଲେ । ଏକ ପଲସର ବାଇକରେ 3 ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଆକ୍ରମଣ କରି ଅଳଙ୍କାର ସହ ସ୍କୁଟିକୁ ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ଆହତ ମହେଶ୍ଵରଙ୍କୁ ଯାଜପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ।

LEAVE A REPLY

Please enter your comment!
Please enter your name here