କେବେ ଶୁଣିବ ପ୍ରଶାସନ : ମାନସ ପାଇବେ ନୂଆ ଜୀବନ ?

0
258

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସୁଣିବକି ପ୍ରଶାସନ, ମାନସ ପାଇବେକି ନୂଆ ଜୀବନ। ଖବର ପ୍ରସାରିତ ହେବାପରେ ମାନସଙ୍କ ପରିବାର କୁ ସହଯୋଗ ଓ ସହାନୁଭୂତି ମିଳିବାକୁ ଆରମ୍ଭ ହୋଇଛି। ଏସମ୍ପର୍କରେ ପ୍ରଶାସନ ଜାଣିଶୁଣି ନ ଜାଣିବା ଅଭିନୟ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଲୋଚନା ହେଉଛି । ମାନସଙ୍କ ଘର ଖଣ୍ଡପଡ଼ା ବ୍ଲକ ଉଜୁଳାଙ୍ଗ ଗ୍ରାମରେ । ବୟସ ୨୦ ବର୍ଷ ୬ ବର୍ଷ ହୋଇଥିବା ବେଳେ ହଠାତ୍ ଅଜଣା ରୋଗରେ ତାଙ୍କର ଗୋଡହାତ ସୁଖିବାକୁ ଲାଗିଲା। ବାପା ଦିନ ମଜୁରୀଆ ଶ୍ରେଣୀର ହୋଇଥିବାରୁ ଆବଶ୍ୟକ ଚିକିତ୍ସା ହୋଇପାରୁ ନାହିଁ । ଏସମ୍ପର୍କରେ ସେ ନୟାଗଡ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଖବର ପ୍ରସାରିତ ହେବାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତାତ ଦୂରର କଥା ସହାନୁଭୂତି ଟିକେ ଦେବାପାଇଁ ସମୟ ଟିକେ ନାହିଁ । ଏହି ଖବର ଜାଣିବା ପରେ ସହାୟତାର ହାତ ବଢାଇଛନ୍ତି ଜଣେ ସମାଜସେବୀ ଓ ସାମ୍ବାଦିକ । ଜୀବନ ସହିତ ସଂଗ୍ରାମ କରୁଥିବା ମାନସଙ୍କ ପରିବାରକୁ ଭେଟିଛନ୍ତି ସମାଜସେବୀ ଦାମ ସାର, ସୁଧାଂଶୁ ରଞ୍ଜନ ଦାସ ଓ ସାମ୍ବାଦିକ ରାମକୃଷ୍ଣ ରଥ । ମାନସଙ୍କ ବ୍ୟାଧି ଦେଖି ଦାମ ସାର ତାଙ୍କ ପରିବାରକୁ ପନ୍ଦର ଶହ ଟଙ୍କା ଓ କିଛି ଖାଦ୍ୟ ସହାୟତା କରିଥିବା ବେଳେ ସାମ୍ବାଦିକ ରାମକୃଷ୍ଣ ରଥ ମାନସଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here