ସଂସ୍କୃତି ପ୍ରେମୀ କୃତିବାସ ନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି !!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଶିମିଳିପୁର ଗ୍ରାମର ଜଣାଶୁଣା ବ୍ୟକ୍ତିତ୍ୱ ସାରସ୍ୱତ ସାଧକ ତଥା ଧର୍ମପରାୟଣ ବ୍ୟକ୍ତି ସଂସ୍କୃତି ପ୍ରେମୀ କୃତିବାସ ନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି . ବାଙ୍କୀ ସ୍ଥିତ କଳା ଓ ସଂସ୍କୃତି ପରିଷଦ ଅନୁଷ୍ଠାନ ପରିସରରେ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଭୁତନାଥ ସାହିତ୍ୟ ଓ ସାସ୍କୃତିକ ସଂସଦ ବାଙ୍କୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀର ଅନେକ ସାମାଜିକ କର୍ମୀ ସଂସ୍କୃତି ପ୍ରେମୀ, କବି ଓ କବୟିତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ . ସଂପୂର୍ଣ୍ଣ ଭାବରେ କୋଭିଡ କଟକଣାକୁ ପାଳନ କରାଯାଇ ଏହି କର୍ଯକ୍ରମ ସଞ୍ଚାଳନ କରାଯାଇଥିଲା । ପୂଜ୍ୟପୂଜା ପରମ୍ପରା କ୍ରମରେ ଆଗାମୀ ଦିନରେ ବାଙ୍କୀର ବିଭିନ୍ନ ଦିବଂଗତ ବ୍ୟକ୍ତି ବିଶେଷଙ୍କୁ ଏହିପରି ଶ୍ରଦ୍ଧାଞ୍ଜଳି ଦିଆଯିବାପାଇଁ ସଂସଦର ଆବାହକ ଅକ୍ଷୟ କୁମାର ସାମଲ ମତବ୍ୟକ୍ତ କରିଛନ୍ତି . ଅଶୋକ କୁମାର ଗିରି ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସାମଲ, ମନୋଜ କୁମାର ରାଉତ, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରଧ୍ୟାପକ ମନୋଜ କୁମାର ମହାପାତ୍ର, ଡାକ୍ତର ଜଗଦୀଶ ପଣ୍ଡା, କଂଗ୍ରେସ ରଣା, ଲଲାଟେନ୍ଦୁ ପଣ୍ଡା, ପ୍ରସନ୍ନ ପ୍ରଧାନ, ଅଶୋକ କୁମାର ଗିରି, ତ୍ରୀନାଥ ପରିଡା, ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ, କାଶୀନାଥ ସେଠି, ବିଦ୍ୟାଧର ଖଟୁଆ, ଦେବୀଦତ୍ତ ବିଭୁତିରାୟ, ରମାକାନ୍ତ ଭଞ, ସାମ୍ବାଦିକ ଅନନ୍ତ ରଣା, ସମରେନ୍ଦ୍ର ମହାପାତ୍ର , ଗୌରାଙ୍ଗ ବେହେରା, କେଶବ ଚନ୍ଦ୍ର ବେହେରା, ଶ୍ରୀମତୀ ଶକୁନ୍ତଳା ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ । ସ୍ୱର୍ଗତ ନାୟକ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମୂଖ୍ୟ କିରାଣୀ ଭାବେ କାର୍ଯ୍ୟ କରି ଦିର୍ଘ ଦିନ ହେବ ଅବସର ନେଇ ଘରେ ରହି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ ରେ ନିଜକୁ ନିୟୋଜିତ ରଖିଥିଲେ।

Leave a Reply

Your email address will not be published. Required fields are marked *