ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୃକ୍ଷହିଁ ଜୀବନ କାର୍ଯ୍ୟକ୍ରମ !!

0
289
Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ସଦର ଉପକଣ୍ଠ ଗୋପାଳପୁର ୱାର୍ଡ ନମ୍ବର -୫୭ ବୁଢୀ ମଙ୍ଗଳା ଠାକୁରାଣୀ ପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର, ଵିଜୟ କୁମାର ରାଉତ, ଚନ୍ଦ୍ରକାନ୍ତ ଜେନା, ସଜଂୟ ସିଂହ, ରଂଜନ କୁମାର ସାମଲ, ପୂଜକ ପ୍ରଦୀପ୍ତ ରଥ, ଅମଲ ଭଟ୍ଟାଚାର୍ଯ୍ୟ, ମନମୋହନ ସାମଲ, ସୁନୀତ୍ ରଜଂନ ଦୀକ୍ଷିତ, କାହ୍ନୁ ସାମଲ, ଅମିତ କୁମାର ବେହେରା, ଉଦୟ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ନିୟମ ପାଳନ କରି ବୃକ୍ଷରୋପଣ କରିଥିଲେ ! ଅନୁଷ୍ଠାନ ତରଫରୁ ଆଗାମୀ ଦିନମାନଙ୍କରେ ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି ସମସ୍ତ ସେବାକାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହଯୋଗ କରିବାକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଜନସାଧାରଣଙ୍କୁ ନିଵେଦନ କରିଛନ୍ତି ! ପରିଷଦର ଏପରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି !

LEAVE A REPLY

Please enter your comment!
Please enter your name here