ଉତ୍କଳମଣି ସ୍ମୃତି ସମ୍ମାନ ପ୍ରଦାନ

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପବିତ୍ର ଜନ୍ମ ଜୟନ୍ତୀ ବାଙ୍କୀନିକଟସ୍ଥ ପଥୁରୀପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ! ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ବ୍ୟକ୍ତିବିଶେଷ ତଥା ପୂଜ୍ୟପୂଜା ସଂସ୍କୃତି ପରିଷଦର ସଦସ୍ୟ ମାନେ ପୂଷ୍ପମାଲ୍ୟ ପ୍ରଦାନ କରିଥିଲେ ! ଏଥିସହ ଏକ ଆଲୋଚନା ଚକ୍ର ସଭାପତି ତଥା କୁସୁମକବି ସୁନିଲ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି . ପ୍ରାଧ୍ୟାପକ ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି କୌଶିକ ନାୟକ, ଆଦର୍ଶ ଶିକ୍ଷକ କାମଦେବ ମହାପାତ୍ର, ଅଧ୍ୟାପକ ସୀତାକାନ୍ତ ପାଣିଗ୍ରାହି, ଅକ୍ଷୟ ତ୍ରିପାଠୀ, କମଳାକାନ୍ତ ପ୍ରହରାଜ, ଧନେଶ୍ବର ବଳିୟାରସିଂ, ଲଲାଟେନ୍ଦୁ ପଣ୍ତା, ରବୀନ୍ଦ୍ର ରଣା ,ସନାତନ ସାହୁ, ଦାଶରଥି ସାହୁ, ପ୍ରତାପ କୁମାର ନାୟକ, ବିନୋଦ ସ୍ବାଇଁ, ବଟକୃଷ୍ଣ ବାରିକ, ଗଦାଧର ସ୍ବାଇଁଁ, ଦିଲ୍ଲିପ କୁମାର ବେହେରା, ଚିନ୍ମୟ ପଣ୍ତା, ଶ୍ରୀଧର ଦେହୁରୀ, ହୃଦାନନ୍ଦ ପ୍ରହରାଜ ପ୍ରମୁଖ ଆଲୋଚନା ଚକ୍ରରେ ଯୋଗଦେଇଥିଲେ ! ଏହି ଅବସରରେ ପୂଜ୍ୟପୂଜା ସଂସ୍କୃତି ପରିଷଦ ଦ୍ୱାରା ସାମାଜିକ କର୍ମୀ ତଥା ଗୋଳାଗଣ୍ତ ପଞ୍ଚାୟତର ସରପଞ୍ଚ ଧନେଶ୍ବର ବଳିୟାରସିଂଙ୍କୁ ତୃତୀୟ ଗୋପବନ୍ଧୁ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା

Leave a Reply

Your email address will not be published. Required fields are marked *