ନିରୀହ ହରିଣ ମାନଙ୍କ ଉପରେ ହେଉଛି ଅତ୍ୟାଚାର !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସହରର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା ହରିଣ ପାର୍କରେ ନିରୀହ ହରିଣ ମାନେ ହେଉଛନ୍ତି ହନ୍ତସନ୍ତ !! ଛୋଟିଆ ଜାଗାରେ ଶତାଧିକ ହରିଣ ମାନଙ୍କୁ ବନ୍ଦୀ କରି ରଖିବା କେତେଦୂର ଗ୍ରହଣୀୟ ? ବର୍ଷା ହେବା ପରେ ପାର୍କଟି କାଦୁଅମୟ ହେବା ଫଳରେ ହରିଣ ମାନଙ୍କୁ ଚଳପ୍ରଚଳ କରିବାରେ ଅସୁବିଧା ହେଉଛି ! ଜଙ୍ଗଲର ମୁକ୍ତ ଆକାଶ ତଳୁ ଆଣି, ବନ୍ଦୀ କରି ରଖିବା କେତେଦୂର ଗ୍ରହଣୀୟ ?? ସରକାର ଏହି ଅତ୍ୟାଚାର ଦେଖି କିଭଳି ସହ୍ୟ କରି ପାରୁଛନ୍ତି ? ଘରେ କୁକୁରଟିଏ ରଖିଲେ ମଧ୍ୟ ତାର ପାଇଁ ସ୍ୱତନ୍ତ୍ର ଘର ନିର୍ମାଣ କରିଥାନ୍ତି।ତେବେ ଶତାଧିକ ହରିଣ ମାନଙ୍କୁ ଏଭଳି ଛୋଟ ସ୍ଥାନରେ ବନ୍ଦୀ କରିବା ଏକ ନିନ୍ଦନୀୟ ଘଟଣା ନୁହେଁ କି ?? କଟକ ସହର ଉପକଣ୍ଠରେ ପ୍ରସ୍ତାବିତ ହରିଣ ପାର୍କ ନିର୍ମାଣ ଫାଇଲ ତଳେ ଚାପି ହୋଇ ରହିଥିବା ବେଳେ ସଙ୍କୁଚିତ ପରିବେଶରେ ନିର୍ବାକ ପଶୁମାନେ ଭୋଗୁଛନ୍ତି କଷଣ । ଘଟଣାକୁ ନେଇ ଜୀବଜନ୍ତୁ ପ୍ରେମୀ ଉଠାଇଛନ୍ତି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *