ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ । ପୌର ପରିଷଦର 15 ୱାର୍ଡର ବସ୍ତି ବାସିନ୍ଦାଙ୍କ ମଧ୍ୟରେ 890 ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ଭୂମି ଯୋଗ୍ୟ ପ୍ରମାଣ ପତ୍ର ବଣ୍ଟନ କରାଯିବ । ଆଜି 264ଜଣ ହିତାଧିକାରୀଙ୍କୁ ବସ୍ତିବାସିନ୍ଦା ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି । କଣ୍ଡ୍ର। ସାହି, ହାଟ ପଦା, ରେଲୱେ ଷ୍ଟେସନ ବସ୍ତି ବାସିନ୍ଦାଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ ପୌର ପରିଷଦ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାରେ ବସ୍ତିକୁ ବାସ ଉପଯୋଗୀ ବସତିରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ । ହିତାଧିକାରୀ ମାନେ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ପାଇ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।